ଓଡିଶା

odisha

ETV Bharat / sports

ଟି୨୦ ପରେ ଦିନିକିଆ ଡେବ୍ୟୁ ମ୍ୟାଚରେ ଇଶାନ କିଶନଙ୍କ ଧମାକା - ଇଶାନ କିଶନ ଅର୍ଦ୍ଧଶତକୀୟ ଇଂନିସ

ଦିନିକିଆ ଡେବ୍ୟୁ ମ୍ୟାଚରେ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କଲେ ଯୁବ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ । ଅଧିକ ପଢନ୍ତୁ...

Ishan Kishan registers second-fastest fifty on ODI debut
ଟି୨୦ ପରେ ଦିନିକିଆ ଡେବ୍ୟୁ ମ୍ୟାଚରେ ଇଶାନ କିଶନଙ୍କ ଧମାକା

By

Published : Jul 18, 2021, 10:10 PM IST

କଲମ୍ବୋ(ଶ୍ରୀଲଙ୍କା): ଅନ୍ତର୍ଜାତୀୟ ଟି୨୦ କ୍ୟାରିୟର ପରି ଧମାକାଦାର ଅନ୍ଦାଜରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଛନ୍ତି ଯୁବ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ । ନିଜର ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ ମ୍ୟାଚରେ ଏକ ବିରଳ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି କିଶନ ।

ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ଦ୍ବାରା ଅନ୍ତର୍ଜାତୀୟ ଟି୨୦ ଆରମ୍ଭ କରିଥିବା କିଶନ ନିଜର ଦିନିକିଆ ଡେବ୍ୟୁ ମ୍ୟାଚରେ ମଧ୍ୟ ଧୁଆଁଧାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଏହା ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ ମ୍ୟାଚରେ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ।

ସ୍ଥାନୀୟ ପ୍ରେମଦାସା ଷ୍ଟାଡିୟମରେ କଲମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଟସ୍‌ ଜିଣି ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିବା ସହ ୨୬୨ ରନ କରିବା ପରେ ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଭାରତ । ଏହି ମ୍ୟାଚରେ ମାତ୍ର ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ କିଶନ । ୪୨ ବଲ୍‌ରୁ ୮ ଚୌକା ଓ ଦୁଇଟି ଛକା ସହାୟତାରେ ୫୯ ରନର ଇଂନିସ ଖେଳିଥିଲେ ।

ପୂର୍ବରୁ ଦିନିକିଆ ଡେବ୍ୟୁ ମ୍ୟାଚରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ କ୍ରୁଣାଳ ପାଣ୍ଡ୍ୟାରେ ରହିଛି । ମାର୍ଚ୍ଚ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ୨୬ ବଲ୍‌ରୁ ୫୦ ରନ୍‌ ପୂରଣ କରିଥିଲେ ପାଣ୍ଡ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details