ମୁମ୍ବାଇ:ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଖେଳୁଛନ୍ତି ।ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ୍ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୭୮ ରନ୍ର ବିଜୟ ଲକ୍ଷ୍ୟ ରହିଛି । ଆଇପିଏଲ ୨୦୨୨ ନିଲାମୀରେ ମହଙ୍ଗା ଖେଳାଳି ଇଶାନ କିଶନ ଆରମ୍ଭରୁ ନିଜର କମାଲ ଦେଖାଇଛନ୍ତି । ୪୮ ବଲ୍ରୁ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ୮୧ ରନ୍ର ବିସ୍ଫୋରକ ଇଂନିସ ଖେଳିଛନ୍ତି ।
ସେହିପରି କ୍ୟାପଟେନ୍ ରୋହିତ ଶର୍ମା ୩୨ ବଲ୍ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୧ ରନ୍ର ଇଂନିସ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ୬୭ ରନ୍ର ଭାଗିଦାରୀ ହୋଇଥିଲା । ପରେ ତିଳକ ବର୍ମା ୨୨ ଓ ଶେଷ ଭାଗରେ ଟିମ ଡେଭିଡଙ୍କ ଦ୍ରୁତ ୧୨ ରନ୍ର ଉପଯୋଗୀ ଯୋଗଦାନ ସହାୟତାରେ ମୁମ୍ବାଇ ୧୭୭ରେ ପହଞ୍ଚିଥିଲା ।