ହାଇଦ୍ରାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଭାଷାରେ ଜବାବ ଦେଲେ ଇର୍ଫାନ ପଠାନ୍ । କହିଲେ ଆପଣ ନିଜର ଉନ୍ନତି ଛଡା ଅନ୍ୟର ସମସ୍ୟାକୁ ନେଇ ଅଧିକ ଖୁସି ହେଉଛନ୍ତି । ଇଂଲଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରେ ସମଲୋଚନାର ଶିକାର ହେବାକୁ ପଡିଛି । ଏନେଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନରେ ଭାରତର ପରାସ୍ତକୁ ନେଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି । ସେମିରେ ଭାରତର ପରାଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟାର୍ଗେଟ କରିଥିଲେ । ଭାରତୀୟ ଦଳକୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ । ଏହାର ଜବାବରେ ଭାରତର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ୍ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ କରି କଡା ଭାଷାରେ ଉଚିତ୍ ଜବାବ ଦେଇଛନ୍ତି ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ, ନିଜ ଦେଶର ଉନ୍ନତି ଚିନ୍ତା କର କହିଲେ ଇର୍ଫାନ - ନିଜ ଦେଶ ସମ୍ଭାଳନ୍ତୁ କହିଲେ ଇର୍ଫାନ ପଠାନ୍
ଇର୍ଫାନ ପଠାନ୍ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଭାଷାରେ ଜବାବ ଦେଇ କହିଲେ ଆପଣ ନିଜର ଉନ୍ନତି ଛଡା ଅନ୍ୟର ସମସ୍ୟାକୁ ନେଇ ଅଧିକ ଖୁସି ହେଉଛନ୍ତି । ଅଧିକ ପଢନ୍ତୁ
ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ପରାସ୍ତ କରିବା ପରେ ପାକିସ୍ତାନରେ ଏତେ ମାତ୍ରାରେ ଖୁସିର ମାହୋଲ ଦେଖିବାକୁ ମିଳି ନଥିଲା । ହେଲେ ଦ୍ବିତୀୟ ସେମିଫାଇନାଲରେ ଯେତେବେଳେ ଇଂଲଣ୍ଡଠାରୁ ଭାରତ ପରାସ୍ତ ହୋଇଥିଲା ସେତେବେଳେ ପାକିସ୍ତାନରେ ଯେମିତି ଖୁସିର ଲହରୀ ଖେଳିଯାଇଥିଲା । ଏନେଇ ଇର୍ଫାନ ପଠାନ୍ ଶେହେବାଜ୍ ଶରିଫଙ୍କ ଟ୍ବିଟରେ ଜବାବ ଦେଇଛନ୍ତି ଯେ, "ଭାରତ ଓ ପାକିସ୍ତାନ ମଧ୍ୟରେ ବହୁତ ଭିନ୍ନତା ରହିଛି । ଆମେ ନିଜ ଦେଶର ବିଜୟକୁ ନେଇ ଖୁସି ହେଉ । ଆଉ ଆପଣ ଅନ୍ୟ ଦେଶର ପରାଜୟକୁ ନେଇ ଖୁସି ହୁଅନ୍ତି । ଯେଉଁ କାରଣରୁ ଆପଣ ନିଜ ଦେଶର ପ୍ରଗତିକୁ ଧ୍ୟାନ ଦେବାକୁ ଭୁଲି ଯାଇଛନ୍ତି ।"
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଟ୍ବିଟ କରି ରବିବାର ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ବିଷୟରେ କହିଥିଲେ(Pakistan Prime Minister Shehbaz Sharif tweet) । । ଶହବାଜ ଟ୍ବିଟରେ ଲେଖିଛନ୍ତି ଯେ, "ରବିବାର 152/0 ବନାମ 170/0ରେ ଫାଇନାଲ ମୁକାବିଲା ହେବ ।" ଭାରତ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ସେମି ଫାଇନାଲରେ 10 ୱିକେଟରେ ପରାସ୍ତ ହୋଇଛି । ଏଥିରେ ଇଂଲଣ୍ଡ ବିନା ୱିକେଟ ହରାଇ 170ରନ କରି ବିଜୟ ହାସଲ କରିଥିଲା । ପୂର୍ବ ଟି -ଟ୍ବେଣ୍ଟି ବିଶ୍ବକପରେ ଭାରତକୁ ପାକିସ୍ତାନ 10 ୱିକେଟରେ ପରାସ୍ତ କରିଥିଲା । ସେହି ସମୟରେ ପାକିସ୍ତାନ ସ୍କୋର ଥିଲା 152/0 । ଟ୍ବିଟ ଜରିଆରେ ଭାରତକୁ ଏଭଳି ଟ୍ରଲ କରିଥିଲେ ପାକିସ୍ତାନ ପିଏମ ।