ଓଡିଶା

odisha

ETV Bharat / sports

୩୮ ବର୍ଷରେ ଇର୍‌ଫାନ ପଠାନ, ୧୯ ବର୍ଷରେ କରିଥିଲେ କ୍ୟାରିଅର ଆରମ୍ଭ - Irfan Pathan news

୩୮ ବର୍ଷରେ ପାଦ ଥାପିଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍‌ଫାନ ପଠାନ । ପାକିସ୍ତାନ ବିପକ୍ଷରେ ୧୯ ବର୍ଷରୁ କମ୍‌ କ୍ରିକେଟରେ ନିଜର ଜଲୱା ଦେଖାଇ ଥିଲେ ଇର୍‌ଫାନ ପଠାନ । ଅଧିକ ପଢ଼ନ୍ତୁ...

୩୮ ବର୍ଷରେ ଇର୍‌ଫାନ ପଠାନ, ୧୯ ବର୍ଷରେ କରିଥିଲେ କ୍ୟାରିଅର ଆରମ୍ଭ
୩୮ ବର୍ଷରେ ଇର୍‌ଫାନ ପଠାନ, ୧୯ ବର୍ଷରେ କରିଥିଲେ କ୍ୟାରିଅର ଆରମ୍ଭ

By

Published : Oct 27, 2021, 5:46 PM IST

ହାଇଦ୍ରାବାଦ:୩୮ ବର୍ଷରେ ପାଦ ଥାପିଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍‌ଫାନ ପଠାନ । ପାକିସ୍ତାନ ବିପକ୍ଷରେ ୧୯ ବର୍ଷରୁ କମ୍‌ କ୍ରିକେଟରେ ନିଜର ଜଲୱା ଦେଖାଇ ଥିଲେ ଇର୍‌ଫାନ ପଠାନ । ଯାହାଫଳରେ ସେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲେ । ଭାରତୀୟ କ୍ରିକେଟରେ ସାମିଲ ହେବାପରେ ସେ କପିଲ ଦେବଙ୍କ ସ୍ଥାନ ନେବେ ବୋଲି ସେତେବେଳ ଆଲୋଚନା ହୋଇଥିଲା । ପ୍ରଥମ ଓଭର ବୋଲିଂ ଠାରୁ ଆରମ୍ଭ କରି ପ୍ରତ୍ୟେକ ନମ୍ବରରେ ସେ ବ୍ୟାଟିଂ କରିବା କ୍ଷମତା ରଖୁଥିଲେ । ଏହାଛଡ଼ା ପ୍ରଥମ ଭାରତୀୟ ଖେଳାଳି ଭାବରେ ସେ ତିନୋଟି ଯାକ ଫର୍ମାଟରେ ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇ ପାରିଥିଲେ ।

ଉଭୟ ସିମ୍‌ ଓ ସ୍ବିଙ୍ଗ୍‌ କରିବା କ୍ଷମତା ରଖିଥିଲେ ଇରଫାନ ପଠାନ । ଭାରତ ପକ୍ଷରୁ ସେ ୨୯ଟି ଟେଷ୍ଟ ମ୍ୟାଚ ଖେଳି ୧୧୦୫ ରନ୍‌ ସଂଗ୍ରହ କରିବା ସହ ୧୦୦ଟି ୱିକେଟ ହାସଲ କରିଛନ୍ତି । ସେ ୩୧.୫୭ ହାରରେ ରନ୍‌ ସଂଗ୍ରହ କରିଥିବା ବେଳେ ୩୨.୨୬ ହାରରେ ୱିକେଟ ସଂଗ୍ରହ କରିଛନ୍ତି । ସେହିଭଳି ଭାରତ ପକ୍ଷରୁ ସେ ୧୨୦ଟି ଦିନିକିଆ ମ୍ୟାଚ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆ ମ୍ୟାଚରେ ଇର୍‌ଫାନ ପଠାନ ୧୫୪୪ ରନ୍‌ ସଂଗ୍ରହ କରିଛନ୍ତି । ସେପଟେ ଟି-୨୦ରେ ସେ ୧୭୨ ରନ୍‌ ହିଁ କରି ପାରିଛନ୍ତି ।

ଦିନିକିଆ ମ୍ୟାଚରେ ଇର୍‌ଫାନ ପଠାନ ୧୭୩ ୱିକେଟ ହାସଲ କରିଛନ୍ତି । ସେହିଭଳି ଟି-୨୦ରେ ସେ ୨୮ଟି ୱିକେଟ ହାସଲ କରିଛନ୍ତି । ଇରଫାନ ପଠାନ ବିଭିନ୍ନ ଆଇପିଏଲ ଫ୍ରାଞ୍ଚାଇଜି ପକ୍ଷରୁ ୧୦୩ ମ୍ୟାଚ ଖେଳି ୮୦ଟି ୱିକେଟ ହାସଲ କରିଛନ୍ତି । ଭାରତ ପକ୍ଷରୁ ସେ ୨୦୦୮ ମସିହାରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୨୦୧୨ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଲିଥିଲେ । ୨୦୦୩ ମସିହାରେ ଭାରତ ପକ୍ଷରୁ ଖେଳିବା ଆରମ୍ଭ କରିଥିବା ଇର୍‌ଫାନ ପଠାନ ୨୦୨୦ ଜାନୁଆରୀରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details