ଓଡିଶା

odisha

ETV Bharat / sports

ବିନା ଦର୍ଶକରେ ଭାରତରେ ଖେଳାଯିବ IPL 2022 - ଆଇପିଏଲ ୨୦୨୨

ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଖେଳାଯିବ ଆଇପିଏଲ ୨୦୨୨ ।

IPL2022 will be held in India without a crowd
ବିନା ଦର୍ଶକରେ ଭାରତରେ ଖେଳାଯିବ IPL 2022

By

Published : Jan 22, 2022, 5:05 PM IST

Updated : Jan 22, 2022, 5:46 PM IST

ମୁମ୍ବାଇ:ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଖେଳାଯିବ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ସଂସ୍କରଣ । ତେବେ କୋଭିଡ ମହାମାରୀ କାରଣରୁ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ଏହି ଟୁର୍ନାମେଣ୍ଟ । ଭାରତୀୟ କ୍ରିକେଟ ବୋର୍ଡ(BCCI)ର ଶୀର୍ଷ ଅଧିକାରୀ ଏହି ସଙ୍କେତ ଦେଇଛନ୍ତି ।

ଖବର ସରବରାହ ସଂସ୍ଥା ANIକୁ ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ COVID-19 ସ୍ଥିତି କମିଲେ, ବୋର୍ଡ ଭାରତରେ IPL 2022 ଆୟୋଜନ କରିବ । "ଟୁର୍ନାମେଣ୍ଟରେ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ, କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ(CCI), ଡିୱାଇ ପାଟିଲ୍‌ ଷ୍ଟାଡିୟମରେ IPL 2022ର ଭେନ୍ୟୁ ହେବାର ସମ୍ଭାବନା ରହିଛି । ଆବଶ୍ୟକ ସ୍ଥଳେ ପୁନେରେ ମଧ୍ୟ ମ୍ୟାଚ୍‌ ଖେଳାଯାଇପାରେ ।"

ଏହାମଧ୍ୟ ପଢନ୍ତୁ:IPL 2022: ନିଲାମ ପାଇଁ ପଞ୍ଜୀକରଣ କରିଥିବା ୧୨୧୪ ଖେଳାଳିଙ୍କ ମଧ୍ୟରେ ୮୯୬ ଭାରତୀୟ

ଅନ୍ୟପଟେ IPL 2022 ଖେଳାଳି ନିଲାମ ପାଇଁ ଧାର୍ଯ୍ୟ ପଞ୍ଜିକରଣ ସମୟସୀମା ଶେଷ ହୋଇଛି । ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଖେଳାଳିଙ୍କ ପାଇଁ ଜାନୁଆରୀ ୨୦ ପଞ୍ଜୀକରଣର ଶେଷ ତାରିଖ ଥିଲା । ଦୁଇଦିନ ଧରି ହେବାକୁ ଥିବା ମେଗା ଆଇପିଏଲ ନିଲାମ ପାଇଁ ମୋଟ ୧,୨୧୪ ଜଣ ଖେଳାଳି ପଞ୍ଜୀକରଣ କରିଥିବା ସ୍ପଷ୍ଟ ହୋଇଛି ।

ତେବେ ୧,୨୧୪ ଜଣ ଖେଳାଳିଙ୍କ ମଧ୍ୟରୁ ୮୯୬ ଭାରତୀୟ ଖେଳାଳି ରହିଥିବାବେଳେ ୩୧୮ ଜଣ ବିଦେଶୀ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କରିଥିବା ଜଣାପଡିଛି । IPL 2022 ମେଗା ନିଲାମରେ ଦୁଇଟି ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦକୁ ଦେଖିବାକୁ ମିଳିବ । ଫେବୃଆରୀ ୧୨ ଓ ୧୩ ତାରିଖରେ ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାର ସୂଚୀ ରହିଛି ।

ANI

Last Updated : Jan 22, 2022, 5:46 PM IST

ABOUT THE AUTHOR

...view details