ଓଡିଶା

odisha

ETV Bharat / sports

IPL 2022: ଆଜି PBKS-SRH ଓ CSK-GT ମୁକାବିଲା

ସୁପର ସନଡେରେ ଆଜି ଦୁଇଟି ଜବରଦସ୍ତ ମୁକାବିଲା ହେବ । 28 ତମ ଲିଗ ମ୍ୟାଚରେ ପ୍ରଥମେ ପଞ୍ଜାବ ଓ ହାଇଦ୍ରାବାଦ ଓ 29ତମ ଲିଗ ମ୍ୟାଚରେ ଚେନ୍ନାଇ ଓ ଗୁଜୁରାଟ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

By

Published : Apr 17, 2022, 9:01 AM IST

ଆଜି PBKS - SRH ଓ CSK - GT ମୁକାବିଲା
ଆଜି PBKS - SRH ଓ CSK - GT ମୁକାବିଲା

ମୁମ୍ବାଇ: ସୁପର ସନଡେରେ ଆଜି ଦୁଇଟି ଜବରଦସ୍ତ ମୁକାବିଲା ହେବ । 28 ତମ ଲିଗ ମ୍ୟାଚରେ ପ୍ରଥମେ ପଞ୍ଜାବ ଓ ହାଇଦ୍ରାବାଦ ଓ 29ତମ ଲିଗ ମ୍ୟାଚରେ ଚେନ୍ନାଇ ଓ ଗୁଜୁରାଟ ପରସ୍ପରକୁ ଭେଟିବେ । ହାଇଦ୍ରାବାଦ ଓ ପଞ୍ଜାବ 6 ପଏଣ୍ଟ ସହ ଟେବୁଲରେ ସ୍ଥାନ ପାଇଛନ୍ତି । ପଞ୍ଜାବ କିଙ୍ଗସ ଉପରେ ରହିଛି । ଆଜିର ମ୍ୟାଚକୁ ଜିତି ଏସଏଚଆର ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି ।

ସନରାଇଜର୍ସ ପ୍ରଥମ 2ଟି ମ୍ୟାଚରେ ପରାସ୍ତ ହୋଇଥିଲା । ଏହାପରେ ଜବରଦସ୍ତ କମବ୍ୟାକ କରିଥିଲା । ଶୃଙ୍ଖଳିତ ବୋଲିଂ ସହ ଚମତ୍କାର ରଣନୀତି ବଳରେ ଦଳର ବିଜୟ ଧାର ଜାରି ରହିଛି । କେନ ୱିଲିୟମସନ ଯୁବ ଖେଳାଳିଙ୍କୁ ସଂଗଠିତ କରି ଦଳକୁ ଆଗେଇ ନେଉଛନ୍ତି । ସନରାଇଜର୍ସ 5ଟି ମ୍ୟାଚରୁ 3ଟି ଜିତି ପଏଣ୍ଟ ଟେବୁଲ ସପ୍ତମ ସ୍ଥାନରେ ରହିଛି । ସେପଟେ ପଞ୍ଜାବ କିଛି କମରେ ନାହିଁ । ଦଳର ବ୍ୟାଟିଂ ବିଭାଗ ସୃଦୁଢ ଅଛି । ତଥାପି ବୋଲିଂ ବିଭାଗରେ ଉନ୍ନତି ଆବଶ୍ୟକ ରହିଛି । ବିଶେଷ କରି ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କ ଉପରେ ନଜର ରହିବ । କିଙ୍ଗସ ଏଯାଏଁ 5ଟି ମ୍ୟାଚ ଖେଳି 3ଟିରେ ବିଜୟ ହାସଲ କରିଛି । ପ୍ରଦର୍ଶନ ଆଧାରରେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ପଞ୍ଜାବ । ଅପରାହ୍ନ 3ଟା 30ରେ ଆରମ୍ଭ ହେବ ଏହି ମୁକାବିଲା ।

29 ତମ ଲିଗ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଜାଡେଜାଙ୍କ ମଧ୍ୟରେ ଫାଇଟ ହେବ । ନବାଗତ ଗୁଜୁରାଟ ଟାଇଟନ୍ସ ଫୁଲ ଫର୍ମରେ ଅଛି । ହାର୍ଦ୍ଦିକ ପାଣ୍ଡ୍ୟା ଟାଇଟନ୍ସ ଓ ଜାଡେଜା ଚେନ୍ନାଇ ଅଧିନାୟକ ଓ ଅଲରାଉଣ୍ଡର ମଧ୍ୟ । ଦୁହିଁଙ୍କ ମଧ୍ୟରେ ଏକ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ । ଚଳିତ ସିଜିନରେ ଚେନ୍ନାଇ ମୋଟ 5ଟି ମ୍ୟାଚରୁ ଗୋଟିଏ ଜିତିଛି । ଆଜିର ମ୍ୟାଚକୁ ଜିତି ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରିହିଛି ଦଳ । ଆଜି ସୁପରକିଙ୍ଗସକୁ ସଫଳ ହେବାକୁ ହେଲେ ସବୁ ଖକ୍ତି ଖଟାଇବାକୁ ପଡିବ । ସେହିପରି ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ପଏଣ୍ଟ ଟେବୁଲ ଟପରେ ରହିଛି । ଆଜିର ମ୍ୟାଚ ଜିତି ଦଳ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ । ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି । ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ ମ୍ୟାଚ ।

ABOUT THE AUTHOR

...view details