ମୁମ୍ବାଇ:ଚଳିତ ଆଇପିଏଲରେ ଆଜି (ସୋମବାର) 30 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ଆଜିର ମ୍ୟାଚଟି ଗୁରୁତ୍ବପୂର୍ଣ୍ଣ ।
ପଏଣ୍ଟ ଟେବୁଲ ତାଲିକାର ପଞ୍ଚମରେ ରାଜସ୍ଥାନ ଓ ଷଷ୍ଠରେ କୋଲକାତା ରହିଛି । ଆଜିର ମ୍ୟାଚ ଜିତି ଟେବୁଲ ଉପରକୁ ଉନ୍ନୀତ ହେବାକୁ ଉଭୟ ଦଳ ଚେଷ୍ଟା କରିବେ । ଉଭୟ ଦଳ ନିଜ ନିଜ ଶେଷ ମ୍ୟାଚରେ ପରାସ୍ତ ହୋଇଥିଲେ । ପୂର୍ବ ପରାଜୟକୁ ଭୁଲି ଆଜି ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବେ । ମ୍ୟାଚ ଜିତିବାକୁ ସବୁ ଶକ୍ତି ଖଟାଇବେ ଉଭୟ ଦଳ ।