ଓଡିଶା

odisha

ETV Bharat / sports

IPL 2022: ଆଜି ଗୁଜୁରାଟ-ହାଇଦ୍ରାବାଦ ମୁକାବିଲା - ଆଇପିଏଲ 2022

ଆଜି ଆଇପିଏଲର 40 ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ନବାଗତ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ଗୁଜୁରାଟ - ହାଇଦ୍ରାବାଦ ମୁକାବିଲା
ଆଜି ଗୁଜୁରାଟ - ହାଇଦ୍ରାବାଦ ମୁକାବିଲା

By

Published : Apr 27, 2022, 11:46 AM IST

ମୁମ୍ବାଇ:ଆଜି ଆଇପିଏଲର 40 ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ନବାଗତ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ପୂର୍ବରୁ ସନରାଇଜର୍ସଠୁ ପରାସ୍ତ ହୋଇଥିବା ଗୁଜୁରାଟ ଆଜିର ମ୍ୟାଚକୁ ଜିିତି ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।

ଟାଇଟନ୍ସ ଇତି ମଧ୍ୟରେ 7ଟି ମ୍ୟାଚ ଖେଳି 6ଟିରେ ବିଜୟ ହାସଲ କରିଛି । 12 ପଏଣ୍ଟ ସହ ଟେବୁଲ ଦ୍ବିତୀୟରେ ରହିଛି ଦଳ । 11 ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସନରାଇଜର୍ସ 8 ୱିକେଟରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବାକୁ ସବୁ ପ୍ରକାର ଚେଷ୍ଟା କରିବ ଗୁଜୁରାଟ ।

ଏହା ବି ପଢନ୍ତୁ...IPL 2022: ବିଜୟ ସହ ଶୀର୍ଷରେ ରାଜସ୍ଥାନ, 29 ରନରେ ହାରିଲା ବାଙ୍ଗାଲୋର

ସେପଟେ ଦ୍ବିତୀୟ ମୁକାବିଲା ଗୁଜୁରାଟକୁ ପରାସ୍ତ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରିଛି ହାଇଦ୍ରାବାଦ । ସନରାଇଜର୍ସ ଏବେ ଯାଏଁ 7ଟି ମ୍ୟାଚରୁ 5ଟି ଜିତି ଟେବୁଲ ତୃତୀୟରେ ରହିଛି । ଆଜିର ମ୍ୟାଚକୁ ଜିତି ଉପରକୁ ଉଠିବାକୁ ଚେଷ୍ଟା କରିବ ଦଳ । ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳର ବୋଲିଂ ବିଭାଗ ମଧ୍ୟରେ ଅସଲ ଲଢେଇ ହେବ । ଏକାଦଶରେ ଆଜି ୱାଶିଂଟନ ସୁନ୍ଦର ସାମିଲ ହୋଇପାରନ୍ତି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦଳ ପାଇଁ ବିଜୟ ସହଜ ହେବ । ପୂର୍ବରୁ ରାସିଦ ଖାନ ସନରାଇଜର୍ସ ପାଇଁ ଖେଳୁଥିଲେ ମାତ୍ର ଏଥର ସେ ବିପକ୍ଷରେ ଖେଳୁଛନ୍ତି । ତାଙ୍କ ବୋଲିଂ ଉପରେ ନଜର ରହିବ ।

ABOUT THE AUTHOR

...view details