ଓଡିଶା

odisha

ETV Bharat / sports

IPL 2022: ବିଜୟ ସହ ଶୀର୍ଷରେ ରାଜସ୍ଥାନ, 29 ରନରେ ହାରିଲା ବାଙ୍ଗାଲୋର

ଚଳିତ ଆଇପିଏଲରେ ରାଜସ୍ଥାନର ରାଜୁତି । 39 ତମ ଲିଗ ମୁକାବିଲାରେ ବାଙ୍ଗାଲୋରକୁ 29 ରନରେ ହରାଇ ଶୀର୍ଷରେ ପହଞ୍ଚିଛି ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ

IPL 2022
IPL 2022

By

Published : Apr 27, 2022, 7:49 AM IST

ପୁଣେ:ଚଳିତ ଆଇପିଏଲରେ ରାଜସ୍ଥାନର ରାଜୁତି । 39 ତମ ଲିଗ ମୁକାବିଲାରେ ବାଙ୍ଗାଲୋରକୁ 29 ରନରେ ହରାଇ ଶୀର୍ଷରେ ପହଞ୍ଚିଛି ରାଜସ୍ଥାନ ରୟାଲ୍ସ । ଏମସିଏ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଦମଦାର ବିଜୟ ହାସଲ କରି ନେଇଛି ରାଜସ୍ଥାନ । ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରିୟାନ ପରାଗ । ଅର୍ଦ୍ଧଶତକ ସହ 4ଟି କ୍ୟାଚ ଧରିବାରେ ସଫଳ ହୋଇଥିଲେ ପରାଗ । ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ପରାଗ ।

IPL 2022

ବାଙ୍ଗାଲୋର ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍‌ ସଂଗ୍ରହ କରିଥିଲା ସଞ୍ଜୁ ସାମସନଙ୍କ ନେତୃତାଧୀନ ରାଜସ୍ଥାନ ରୟାଲ୍ସ । ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିଥିବା ରାଜସ୍ଥାନ ରଣନୀତି ସଫଳ ହୋଇନଥିଲା । ଦୁଇ ଷ୍ଟାର ଓପନର ଜସ ବଟଲର ଓ ଦେବଦତ୍ତ ପାଦିକ୍କଲ ଶୀଘ୍ର ପାଭିଲିୟନ ଫେରିଥିଲେ । କ୍ୟାପଟେନ ସଞ୍ଜୁ ସାମସନ ୨୭ ଓ ୩ ନମ୍ବର ସ୍ଥାନରେ ବ୍ୟାଟିଂ ଆସିଥିବା ରବିଚନ୍ଦ୍ରନ ଅଶ୍ବିନ ୯ ବଲ୍‌ରୁ ୧୭ ରନ୍‌ର ଦ୍ରୁତ ଇଂନିସ ଖେଳିଥିଲେ । ଦଳ ପକ୍ଷରୁ ରିୟାନ ପରାଗ ସର୍ବାଧିକ ଅପରାଜିତ 56 ରନ କରିଥିଲେ । ସଂପୂର୍ଣ୍ଣ ମ୍ୟାଚ୍‌ରେ RCB ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ମହମ୍ମଦ ସିରାଜ, ଜସ ହେଜେଲଉଡ୍‌, ୱାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ସେହିପରି ଷ୍ଟାର ବୋଲର ହର୍ଷଲ ପଟେଲ ଗୋଟିଏ ୱିକେଟ ହାତେଇବାରେ ସଫଳ ହୋଇଥିଲେ । ବାଙ୍ଗାଲୋରକୁ 145 ରନ ବିଜୟ ଲକ୍ଷ୍ୟ ଦେଇଥିଲା ରାଜସ୍ଥାନ ।

145 ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ବାଙ୍ଗାଲୋର । ଓପନର ବିରାଟ କୋହଲି ବିଫଳ ହୋଇଥିଲେ । ମାତ୍ର 9 ରନ କରି ଆଉଟ ହୋଇଥିଲେ କୋହଲି । ଏହାପରେ ଡୁ ପ୍ଲେସି ଓ ପତିଦର ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦଳୀୟ ସ୍କୋରକୁ 37ରେ ପହଞ୍ଚାଇଥିଲେ । ସପ୍ତମ ଓଭରରେ କୁଳଦୀପ ସେନ ବିପର୍ଯ୍ୟୟ ଘଟାଇଥିଲେ । ପ୍ରଥମେ ଡୁ ପ୍ଲେସି ଓ ପରେ ଗ୍ଲେନ ମ୍ୟାକ୍ସୱେଲ ସେନଙ୍କ ଶିକାର ହୋଇଥିଲେ । ବାଙ୍ଗଲୋରର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହେବାକୁ ଲାଗିଲା । ପତିଦର (16), ସୁୟାଶ ପ୍ରଭୁଦେଶାଇ (2), ଦିନେଶ କାର୍ତ୍ତିକ (6) ଓ ସାହବାଜ ଅହମ୍ମଦ 17ରନ କରି ଆଉଟ ହୋଇଥିଲେ । ଏହାପରେ ବାଙ୍ଗାଲୋରର ବିଜୟ ଆଶା ମଉଳି ଯାଇଥିଲା । ଶେଷରେ ବାଙ୍ଗାଲୋରର ରନ ଗାଡି 115ରେ ଅଟକି ଯାଇଥିଲା । ଦଳ ଆଲଆଉଟ ହୋଇଥିଲା । ରାଜସ୍ଥାନ ପକ୍ଷରୁ କୁଳଦୀପ ସେନ 4 ଓ ରହି ଅଶ୍ବିନ 3ଟି ୱିକେଟ ନେଇଥିଲେ ।

ABOUT THE AUTHOR

...view details