ଓଡିଶା

odisha

ETV Bharat / sports

ସୁପରଓଭର ଶୋ; ଜିତିଲା ଦିଲ୍ଲୀ - ipl2021

ପୁଣି ପ୍ରଶଂସକଙ୍କ ଦିଲ ଜିତିଲା ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇର୍ଜସ ହାଇଦ୍ରାବାଦ ମଧ୍ୟରେ ସୁପର ଓଭର ଖେଳାଯିବା ପରେ ମ୍ୟାଚକୁ କବଜା କରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

ଜିତିଲା ଦିଲ୍ଲୀ
ଜିତିଲା ଦିଲ୍ଲୀ

By

Published : Apr 26, 2021, 10:08 AM IST

ଚେନ୍ନାଇ:ଦିଲ୍ଲୀ କ୍ୟାପିଟାଲ୍ସ ଓ ସାନରାଇର୍ଜସ ହାଇଦ୍ରାବାଦ ମଧ୍ୟରେ ହୋଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟ ହାସଲ କରିଛି ଦିଲ୍ଲୀ । ମ୍ୟାଚ ଟାଇ ହେବା ପରେ ସୁପର ଓଭରରେ ହାଇଦ୍ରାବାଦକୁ ପରାସ୍ତ କରି ବିଜୟୀ ହୋଇଛି ଦିଲ୍ଲୀ ।

ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ପକ୍ଷରୁ ପୃଥୀ ଶ' ଓ ଶିଖର ଧାୱନ ପାଳି ଆରମ୍ଭ କରିଥିଲେ । ଦୁଇଜଣଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ 81ରନର ଭାଗିଦାରୀ ଯୋଗାଇଥିଲେ । ପୃଥୀ ଶ' ଅର୍ଦ୍ଧଶତକ ହାସଲ କରିଥିଲେ । 11ତମ ଓଭରରେ ଧାୱନ ଆଉଟ ହୋଇଥିଲେ । ପରେ 53ରନ କରି ଶ' ଆଉଟ ହୋଇଥିଲେ । ସନରାଇର୍ଜସ ବୋଲରମାନେ ଦିଲ୍ଲୀର ରନ ଗତିରେ ବ୍ରେକ ଲଗାଇଥିଲେ । 20 ଓଭରରେ ଦିଲ୍ଲୀ 4 ୱିକେଟ ହରାଇ 159ରନ ସଂଗ୍ରହ କରିଥିଲା ।

160ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦାଇଦ୍ରାବାଦ । ଜବାବରେ 28ରନରେ ପ୍ରଥମ ୱିକେଟ ହରାଇଥିଲା ହାଇଦ୍ରାବାଦ । ବ୍ୟକ୍ତିଗତ 6ରନ କରି ଡେଭିଡ ୱାର୍ଣ୍ଣର ରନ ଆଉଟ ହୋଇଥିଲେ । ଏହା ପରେ କେନ ୱିଲିନସନ ଓ ବେୟାରଷ୍ଟୋ ମିଶି ଦଳୀୟ ସ୍କୋରକୁ 56ରେ ପହଞ୍ଚାଇଥିଲେ । 16 ଓଭର ସୁଦ୍ଧା ସନରାଇର୍ଜସ 4 ୱିକେଟ ହରାଇ 117 ରନ କରିଥିଲା । ୱିଲିୟମସନ କ୍ରିଜରେ ରହିଥିବାରୁ ହାଇଦ୍ରାବାଦର ବିଜୟ ଆଶା ଉଦଜ୍ଜୀବିତ ଥିଲା । ଶେଷ ଓଭରରେ 16ରନର ଆବଶ୍ୟକତା ଥିବାବେଳେ ୱିଲିୟମସନ ଓ ଜଗଦୀଶ 15ରନ ସଂଗ୍ରହ କରିଥିଲେ ଫଳରେ ମ୍ୟାଚ ଟାଇ ହୋଇଥିଲା ।

ମ୍ୟାଚ ଟାଇ ହେବା ଫଳରେ ସୁପର ଓଭର ଖେଳାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅକ୍ଷର ପଟେଲ ସୁପର ଓଭର ବୋଲିଂ କରିଥିଲେ । ସୁପର ଓଭରରେ ହାଇଦ୍ରାବାଦ 7ରନ ସଂଗ୍ରହ କରିଥିଲା । ଦିଲ୍ଲୀର ଦୁଇ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଶିଖର ଧାୱନ ଆବଶ୍ୟକ ରନ ସଂଗ୍ରହ କରି ମ୍ୟାଚକୁ ହାତେଇ ନେଇଥିଲେ । ମ୍ୟାଚକୁ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details