ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ(IPL) ୧୫୦ ୱିକେଟ ପୂରଣ କରିଛନ୍ତି ଚହଲ । ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି । ଏଥିସହ ଷ୍ଟାର ଭାରତୀୟ ସ୍ପିନର, ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ପରେ ଦ୍ବିତୀୟ ଦ୍ରୁତତମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି ।
ଚହଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମର ପ୍ରମୁଖ ସଦସ୍ୟ ରହିଥିଲେ । ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ସେ ଆରସିବି ପକ୍ଷରୁ ଆଇପିଏଲ ଖେଳିଛନ୍ତି ମାତ୍ର ୨୦୨୨ରେ ତାଙ୍କୁ ରିଲିଜ କରିଥିଲା ଫ୍ରାଞ୍ଚାଇଜ । IPL ୨୦୨୨ରେ ଚହଲ ଏଯାବତ ମୋଟ ୧୧ ୱିକେଟ ହାସଲ କରିସାରିଛନ୍ତି ଓ ପର୍ପଲ କ୍ୟାପ୍ ପାଖରେ ରହିଛନ୍ତି ।