ହାଇଦ୍ରାବାଦ:ରାଜସ୍ଥାନ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ନାମରେ ନୂଆ ରେକର୍ଡ । ଆଇପିଏଲରେ ସର୍ବାଧିକ ଓ୍ବିକେଟ ଅକ୍ତିଆର କରି ଏକ ନମ୍ବର ସ୍ଥାନରେ ରହିଛନ୍ତି ଯୁଜବେନ୍ଦ୍ର ଚହଲ । ଆଇପିଏଲରେ ସର୍ବାଧିକ 184ଟି ଓ୍ବିଟେକ ନେଇ ନିଜ ନାମରେ ଏହି ନୂଆ ରେକର୍ଡ କରିଛନ୍ତି ଚହଲ । ସିଏସକେର ବୋଲର ବ୍ରାଭୋଙ୍କ ନାମରେ ପୂର୍ବରୁ ଏହି ରେକର୍ଡ ରହିଥିଲା । ଏବେ ବ୍ରାଭୋଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛନ୍ତି ଚହଲ ।
ଏହା ମଧ୍ୟ ପଢନ୍ତୁ-IPL 2023 :KKR ବୋଲରଙ୍କ ଲୟ ବିଗାଡ଼ିଲେ ଜୟଶ୍ବାଲ୍, 9 ୱିକେଟରେ ଜିତିଲା ରାଜସ୍ଥାନ
ଚଳିତ ଆଇପିଏଲର 56ତମ ମ୍ୟାଚରେ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ନୀତୀଶ ରାଣାଙ୍କୁ ଆଉଟ କରି ଆଇପିଏଲର ସର୍ବକାଳୀନ ସର୍ବାଧିକ ଓ୍ବିକେଟ ଅକ୍ତିଆର କରିଥିବା ବୋଲର ହୋଇ ପାରିଛନ୍ତି ଚହଲ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା 143ଟି ମ୍ୟାଚ ଖେଳି ଚହଲ ସର୍ବାଧିକ 184ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଚଳିତ ସିଜିନରେ ଚହଲ ବର୍ତ୍ତମାନ ସୁଦ୍ଧା ମୋଟ 12ଟି ମ୍ୟାଚ ଖେଳି 21ଟି ଓ୍ବିକେଟ ନେଇଛନ୍ତି । ଗୁରୁବାର ମ୍ୟାଚରେ ଘାତକ ବୋଲିଂ କରି ଚହଲ 25 ରନ୍ରେ 4ଟି ୱିକେଟ ଅକ୍ତିଆର କରିଥିଲେ । ଗତ 2022ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି 17ଟି ମ୍ୟାଚରେ 27ଟି ଓ୍ବିକେଟ ନେଇ ପର୍ପଲ କ୍ୟାପ ନିଜ ନାମରେ କରିଥିଲେ । ଚଳିତ ସିଜିନରେ ମଧ୍ୟ ସର୍ବାଧିକ ଓ୍ବିକେଟ ନେଇ ସେ ପର୍ପଲ କ୍ୟାପ ପିନ୍ଧିଛନ୍ତି ।