ଓଡିଶା

odisha

ETV Bharat / sports

WTC Final: ଷ୍ଟାଣ୍ଡବାଇରେ ଗାଏକୱାଡଙ୍କ ସ୍ଥାନ ନେବେ ଜୟସ୍ବାଲ, ପ୍ରସ୍ତୁତ ହେବାକୁ ସୂଚନା ଦେଲା ବିସିସିଆଇ

ଜୁନ ୭ରୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ । ଏଥିପାଇଁ ଭାରତୀୟ ଦଳର ଅଧିକାଂଶ ଖେଳାଳୀ ଓ ଷ୍ଟୋଫ ଏବେ ଇଂଲଣ୍ଡରେ ପହଞ୍ଚି ସାରିଲେଣି । ଏହାରି ମଧ୍ୟରେ ଷ୍ଟାଣ୍ଡବାଇ ଖେଳାଳୀ ଭାବେ ଭାରତୀୟ ସ୍କ୍ବାଡ୍‌ରେ ସାମିଲ ଥିବା ଋତୁରାଜ ଗାଏକୱାଡଙ୍କ ବଦଳରେ ସ୍ଥାନ ପାଇଛନ୍ତି ଯୁବ ତାରକା ଯଶସ୍ବୀ ଜୟସ୍ବାଲ । ଅଧିକ ପଢ଼ନ୍ତୁ

By

Published : May 28, 2023, 9:39 PM IST

ଷ୍ଟାଣ୍ଡବାଇରେ ଗାଏକୱାଡଙ୍କ ସ୍ଥାନ ନେବେ ଜୟସ୍ବାଲ
ଷ୍ଟାଣ୍ଡବାଇରେ ଗାଏକୱାଡଙ୍କ ସ୍ଥାନ ନେବେ ଜୟସ୍ବାଲ

ହାଇଦ୍ରାବାଦ: ଆଜି ସରୁଛି ଆଇପିଏଲ ମହାସମର । ହେଲେ ଏବେ କ୍ରିକେଟର ଫେଭର ଜାରି ରହିବ । କାରଣ ଏହାପରେ ଜୁନ ୭ରୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ମ୍ୟାଚ୍‌ । ଏଥିପାଇଁ ଭାରତୀୟ ଦଳର ଅଧିକାଂଶ ଖେଳାଳୀ ଓ ଷ୍ଟାଫ୍‌ ଏବେ ଇଂଲଣ୍ଡରେ ପହଞ୍ଚି ସାରିଲେଣି । ତେବେ ଏହାରି ମଧ୍ୟରେ ଏହି ହାଇ ପ୍ରୋଫାଇଲ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ସ୍କ୍ବାଡ୍‌ରେ ହୋଇଛି ଏକ ବଡ଼ ପରିବର୍ତ୍ତନ । ଷ୍ଟାଣ୍ଡବାଇ ଖେଳାଳୀ ଭାବେ ସ୍କ୍ବାଡ୍‌ରେ ସାମିଲ ଥିବା ଋତୁରାଜ ଗାଏକୱାଡଙ୍କ ବଦଳରେ ସ୍ଥାନ ପାଇଛନ୍ତି ଯୁବ ତାରକା ଯଶସ୍ବୀ ଜୟସ୍ବାଲ । ଜୁନ ୩-୪ରେ ବିବାହ କରିବାକୁ ଯାଉଛନ୍ତି ଋତୁରାଜ । ଏନେଇ ସେ ବିସିସିଆଇକୁ ସୂଚନା ଦେବାପରେ ଜୟସ୍ବାଲଙ୍କୁ ପ୍ରସ୍ତୁତ କରିବାକୁ ବିସିସିଆଇ ସୂଚନା ଦେଇଥିବା ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ଜୟସ୍ବାଲଙ୍କ ପାଖରେ ପୂର୍ବରୁ ଇଂଲଣ୍ଡ ଯିବା ପାଇଁ ଭିସା ମହଜୁଦ ରହିଛି । ତେଣୁ ସେ କିଛିଦିନ ମଧ୍ୟରେ ଲଣ୍ଡନ ଯାତ୍ରାରେ ବାହାରିବେ ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଆସନ୍ତା ଜୁନ ୭ରୁ ଲଣ୍ଡନର ଓଭାଲରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ପାଟ୍‌ କମିନ୍‌ସ୍‌ଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆକୁ ଭେଟିବ । ତେବେ ବିସିସିଆଇର ଜଣେ ଅଧିକାରୀଙ୍କ କହିଛନ୍ତି, "ଋତୁରାଜ ଗାଏକୱାଡ ଆମକୁ ସୂଚନା ଦେଲେ ଯେ, ସେ ନିଜର ବିବାହ କାରଣରୁ ଏବେ ଇଂଲଣ୍ଡ ଯିବାରେ ସମର୍ଥ ନୁହନ୍ତି । ହେଲେ ୫ ଜୁନ ପରେ ସେ ଦଳରେ ସାମିଲ ହୋଇ ପାରିବେ ବୋଲି କହିଥିଲେ । କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଗାଏକୱାଡଙ୍କ ବଦଳରେ ଅନ୍ୟ ଜଣେ ଖେଳାଳୀଙ୍କୁ ସାମିଲ କରିବାକୁ କହିଥିଲେ । ସେହି କାରଣରୁ ଜୟସ୍ବାଲ ଭାରତୀୟ ଦଳରେ ସାମିଲ ହେବେ ।

ପୂର୍ବରୁ ଦଳର ଅଧିକାଂଶ ଖେଳାଳୀ ଇଂଲଣ୍ଡରେ ପହଞ୍ଚି ସାରିଥିବା ବେଳେ ଏହାରି ଭିତରେ ଆଜି କିମ୍ବା ଆସନ୍ତାକାଲି ଅଧିନାୟକ ରୋହିତ ଶର୍ମା ଓ ୱିକେଟ କିପର ଈଶାନ କିଶାନ ଲଣ୍ଡନ ଗସ୍ତରେ କରିବେ । ସେପଟେ ମେ' ୩୦ରେ ସୂର୍ଯ୍ୟକୁମାର ଯାଦବ ବାହାରିବେ । ଅନ୍ୟପଟେ ମହମ୍ମଦ ସାମି, ଶୁଭମନ ଗିଲ ଓ ରବିନ୍ଦ୍ର ଜାଡେଜା ଆଜି ଆଇପିଏଲ ଫାଇନାଲ ଖେଳି ସାରିବା ପରେ ଲଣ୍ଡନ ଗସ୍ତରେ ବାହାରିବେ ବୋଲି ଜଣାପଡ଼ିଛି । ତେବେ ବିରାଟ କୋହଲି, କୁଲଦୀପ ଯାଦବଙ୍କ ସମେତ ଅନ୍ୟ ଯେଉଁମାନେ ପୂର୍ବରୁ ସେଠାରେ ପହଞ୍ଚି ସାରିଛନ୍ତି, ସେମାନେ ସେଠାରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details