ଓଡିଶା

odisha

ETV Bharat / sports

'ଆଇପିଏଲ ଟାଇଟଲ ଜିତାଇବା ଭଳି କ୍ରିକେଟର ଆମ ପାଖରେ ଅଛନ୍ତି' - ipl 14 news

ଚଳିତ ସିଜିନରେ ଆଇପିଏଲ ଟାଇଟଲ ହାତେଇବା ନେଇ ଆଶା ରଖିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ। ଗତଥର ଫାଇନାଲ ମ୍ୟାଚରେ ହାରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଅଧିକ ପଢ଼ନ୍ତୁ...

'ଆଇପିଏଲ ଟାଇଟଲ ଜିତାଇବା ଭଳି କ୍ରିକେଟର ଆମ ପାଖରେ ଅଛନ୍ତି'
'ଆଇପିଏଲ ଟାଇଟଲ ଜିତାଇବା ଭଳି କ୍ରିକେଟର ଆମ ପାଖରେ ଅଛନ୍ତି'

By

Published : Apr 4, 2021, 5:32 PM IST

ନୂଆଦିଲ୍ଲୀ: "ଆମ ପାଖରେ ଏମିତି କ୍ରିକେଟର ଅଛନ୍ତି ଯେଉଁମାନଙ୍କ ଦମରେ ଆମେ ଆଇପିଏଲ ଟାଇଟଲ ଜିତି ପାରିବୁ।" ଏହା କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସହାୟକ କୋଚ ମହମ୍ମଦ କୈଫ। ଗତ ସିଜିନରେ ଆଇପିଏଲର ଫାଇନାଲ ମ୍ୟାଚରେ ପହଞ୍ଚି ପାରିଥିଲା ଦିଲ୍ଲୀ। ତେବେ ଫାଇନାଲ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଦିଲ୍ଲୀକୁ 5 ୱିକେଟରେ ପରାଜୟ ବରଣ କରିବାକୁ ପଡ଼ିଥିଲା।

ଆଇପିଏଲର 14ତମ ସଂସ୍କରଣ ପୂର୍ବରୁ ମହମ୍ମଦ କୈଫ କହିଛନ୍ତି ଯେ, "ଏହି ବର୍ଷ ଆମେ ଆଉ ପାଦେ ଆଗେଇବାକୁ ଚାହିଁବୁ। ଦିଲ୍ଲୀ କ୍ୟାପିଟାଲ୍ସର ଏହା ହିଁ ଲକ୍ଷ୍ୟ ରହିଛି। ଟାଇଟଲ ବିଜୟ କରାଇବା ଭଳି ଖେଳାଳି ଆମ ପାଖରେ ରହିଛନ୍ତି। ଗତବର୍ଷ ମଧ୍ୟ ଆମେ ଫାଇନାଲ ମ୍ୟାଚରେ ପହଞ୍ଚିଥିଲୁ। ଖୁସିର କଥା ହେଉଛି ଚଳିତ ସିଜିନରେ ଦଳର ଋଷଭ ପନ୍ତ ଭଳି ଖେଳାଳି ଅଧିକ କ୍ରିକେଟ ଖେଳିଛନ୍ତି।"

ଗତ ଶନିବାର କ୍ରିକେଟ କ୍ଲବ ଅଫ ଇଣ୍ଡିଆରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସହ ଅଭ୍ୟାସ କରିଛନ୍ତି ସହକାରୀ କୋଚ ମହମ୍ମଦ କୈଫ। କୈଫଙ୍କ ତତ୍ତ୍ବାବଧାନରେ ଖେଳାଳିମାନେ ମୁଖ୍ୟ କ୍ୟାଚ ଧରିବା ଅଭ୍ୟାସ କରିଥିଲେ। ଏଥିପାଇଁ ବିଶେଷ ଭାବରେ ଖେଳାଳିମାନେ ଫ୍ଲଡ ଲାଇଟରେ ଅଭ୍ୟାସ କରିଥିଲେ।

ବହୁ ଦିନ ହେଲା ଦିଲ୍ଲୀ କ୍ୟାପିଟାଲ୍ସ ଦଳ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରି ଆସୁଥିଲା। ଏଥିପାଇଁ ଗତ ଶନିବାର କେବଳ ଫିଲ୍ଡିଂ ଅଭ୍ୟାସ କରାଇବାକୁ ନିଷ୍ପତ୍ତି ନେଇଥିଲା ଟିମ ମ୍ୟାନେଜମେଣ୍ଟ। ଏହି ସମୟରେ ପଡ଼ିଆରେ ଖେଳାଳିମାନେ ଜୋରଦାର ଅଭ୍ୟାସ କରି ଝାଳ ବୁହାଉଥିବା ଦେଖିବାକୁ ମିଳିଥିଲା। ତେବେ ମୁଖ୍ୟ କୋଚ ରିକି ପଣ୍ଟିଂ ମଧ୍ୟ ଖୁବଶୀଘ୍ର କ୍ବାରେଣ୍ଟିନ ଅବଧି ଶେଷ କରି ଦଳରେ ଯୋଗ ଦେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details