ଓଡିଶା

odisha

ETV Bharat / sports

IPL 2023: କ୍ରମାଗତ ପରାଜୟ ପରେ ଦିଲ୍ଲୀ ଉପରେ ଖପ୍ପା ସେହୱାଗ, ପ୍ରଦର୍ଶନ ପାଇଁ କୋଚ୍‌ଙ୍କୁ କଲେ ଦାୟୀ

ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ଲଗାତାର ପଞ୍ଚମ ପରାଜୟ ନେଇ ଦଳର କୋଚ ରିକି ପଣ୍ଟିଂଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଦଳର ପ୍ରଦର୍ଶନ ପାଇଁ କୋଚ ଦାୟୀ ବୋଲି ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

By

Published : Apr 17, 2023, 7:32 AM IST

ଦଳର ପ୍ରଦର୍ଶନ ପାଇଁ କୋଚ ଦାୟୀ କହିଲେ ସେହୱାଗ
ଦଳର ପ୍ରଦର୍ଶନ ପାଇଁ କୋଚ ଦାୟୀ କହିଲେ ସେହୱାଗ

ହାଇଦ୍ରାବାଦ: ଗତ ଶନିବାର ବାଙ୍ଗାଲୋରର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୩ ରନରେ ମୁକାବିଲା ହାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଚଳିତ ଆଇପିଏଲ ୨୦୨୩ରେ ଏହା ଦିଲ୍ଲୀ ପାଇଁ କ୍ରମାଗତ ପଞ୍ଚମ ପରାଜୟ ଥିଲା । ଆରସିବି ଭଳି ଏକ ଦୃଢ଼ ଟିମକୁ ନିର୍ଦ୍ଧାରିତ ୨୦ ଓଭରରେ ୧୭୪ ରନରେ ଅଟକାଇ ଦେଇଥିଲେ ଦିଲ୍ଲୀ ବୋଲର । କିନ୍ତୁ ଦଳର ବ୍ୟାଟର ମାନେ ଏହି ମ୍ୟାଚ୍‌ରେ ପୁଣି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।

ଏଥିରେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ କେବଳ ୧୫୧ ରନ କରିଥିଲା ଦିଲ୍ଲୀ । ଫଳରେ ୨୩ ରନରେ ଦଳକୁ ପୁଣିଥରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ । ସେ ଦିଲ୍ଲୀର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର କୋଚ ରିକି ପଣ୍ଟିଂଙ୍କୁ ଦୋଷ ଦେଇଛନ୍ତି ।

'ଦିଲ୍ଲୀର ପରାଜୟ ପାଇଁ ରିକି ପଣ୍ଟିଂ ଦାୟୀ':ଚଳିତ ସଂସ୍କରଣରେ ଏବେ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ମୁକାବିଲା ଜିତି ପାରିନାହିଁ ଦିଲ୍ଲୀ କ୍ୟାପିଟାଲ୍ସ । ଏନେଇ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଛନ୍ତି, ଯେତେବେଳେ ଗୋଟିଏ ଦଳ ମ୍ୟାଚ୍‌ରେ ଜିତୁଛି, ସେତେବେଳେ ଏହାର ଶ୍ରେୟ ଦଳର କୋଚକୁ ଦିଆଯାଉଛି । ତେଣୁ ଯେତେବେଳେ ଦଳ ବାରମ୍ବାର ହାରୁଛି, ସେତେବେଳେ ଏଥିପାଇଁ ମଧ୍ୟ କୋଚଙ୍କୁ ହିଁ ଦାୟୀ କରାଯିବା ଉଚିତ୍‌ । ଯେତେବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରୁଥିଲା, ସେତେବେଳେ ସମସ୍ତେ ଦଳର କୋଚ ରିକି ପଣ୍ଟିଂଙ୍କୁ ଶ୍ରେୟ ଦେଇଥିଲେ । ସବୁ ସଂସ୍କରଣରେ ଦଳ ଶୀର୍ଷ ୪ ଦଳ ମଧ୍ୟରେ ରହୁଥିଲା ବୋଲି ସମସ୍ତେ ତାଙ୍କର ପ୍ରଶଂସା କରୁଥିଲା । ଏବେ ଯେତେବେଳେ ଦଳ ହାରୁଛି ଓ ଖରାପ ପ୍ରଦର୍ଶନ କରୁଛି, ସେଥିପାଇଁ ମଧ୍ୟ ସେ ଦାୟୀ ।"

'କୋଚ କିଛି କରନ୍ତିନି, ତାଙ୍କର ରୋଲ୍ ଜିରୋ:'ଦିଲ୍ଲୀ କ୍ୟାପିଟାଲ୍ସର ବାରମ୍ବାର ଜାରି ରହିଥିବା ଖରାପ ପ୍ରଦର୍ଶନକୁ ନେଇ ସେହୱାଗ ରିକି ପଣ୍ଟିଂଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, "କୋଚ କିଛି କରନ୍ତିନି । ତାଙ୍କର କାମ ଶୂନ୍ୟ । ସେ କେବଳ ମ୍ୟାନେଜମେଣ୍ଟ କରନ୍ତି, ପ୍ରାକ୍ଟିସ କରାନ୍ତି ଓ ସେତେବେଳେ ସେ ଭଲ ଲାଗନ୍ତି ଯେତେବେଳେ ତାଙ୍କ ଦଳ ମୈଦାନରେ ଭଲ ପ୍ରଦର୍ଶନ କରେ । ଯାହା ଚଳିତ ଥର ଦିଲ୍ଲୀ କରିପାରିନାହିଁ ।" ପ୍ରକାଶ ଥାଉ କି ଚଳିତ ସଂସ୍କରଣରେ ଦିଲ୍ଲୀ ଏବେ ପର୍ଯ୍ୟନ୍ତ ୫ଟି ମୁକାବିଲା ଖେଳିସାରିଛି । ଏଥିରୁ ସମସ୍ତ ମୁକାବିଲାରେ ଦଳକୁ ପରାଜୟ ହିଁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details