ଓଡିଶା

odisha

ETV Bharat / sports

IPL 2022: ଆଜି LSG-MI, DC-RCB ମୁକାବିଲା

ଆଜି IPLରେ ୨ଟି ମ୍ୟାଚ ଖେଳାଯିବ । ଲକ୍ଷ୍ନୌ ସୁପରଜାଏଣ୍ଟସ (LSG) କୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ (MI) ଓ ଦିଲ୍ଲୀ କ୍ୟାପିଟାଲ(DC)କୁ ଭେଡିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) । ଅଧିକ ପଢନ୍ତୁ

By

Published : Apr 16, 2022, 12:42 PM IST

IPL 2022: ଆଜି LSG-MI, DC-IPL 2022: ଆଜି LSG-MI, DC-RCB ମୁକାବିଲାRCB ମୁକାବିଲା
IPL 2022: ଆଜି LSG-MI, DC-RCB ମୁକାବିଲା

ମୁମ୍ବାଇ:ଆଜି IPLରେ ୨ଟି ମ୍ୟାଚ ଖେଳାଯିବ । ୨୬ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ (LSG) କୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ (MI) ଓ ୨୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ(DC)କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ।

ପ୍ରଥମ ମ୍ୟାଚ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅପରାହ୍ନ ୩ଟା ୩୦ରେ ଖେଳାଯିବ । ଆଜିର ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କାହିଁକିନା ଦଳ ଚଳିତ ସିଜରେ ୫ଟି ମ୍ୟାଚ ଖେଳି ଗୋଟିଏରେ ବି ବିଜୟୀ ହୋଇପାରିନାହିଁ । ଫଳରେ ପଏଣ୍ଟ ଟେବୁଲର ଶେଷରେ ରହିଛି । ଆଜି ପଏଣ୍ଟ ଟେବୁଲରେ ଖାତା ଖୋଲିବା ଲକ୍ଷ୍ୟରେ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇବ ମୁମ୍ବାଇ । ଅନ୍ୟପଟେ ଲକ୍ଷ୍ନୌ ଦଳ ୫ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ୨ଟିରେ ପରିଜିତ ହୋଇ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ପୂର୍ବ ମ୍ୟାଚରେ ଦଳ ରାଜସ୍ଥାନଠୁ ପରାଜିତ ହୋଇଥିବା ବେଳେ ଆଜି ବିଜୟୀ ହେବା ପାଇଁ ପୁରା ପ୍ରସ୍ତୁତ ହୋଇଛି ।

ଆଜି ସନ୍ଧ୍ୟା ସମୟରେ ଦିଲ୍ଲୀ କ୍ୟାପିଟାଲକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟ ଟିମ ମଧ୍ୟରେ ଆଜି କଡା ଟକ୍କର ଦେଖିବାକୁ ମିଳିବ । DC ଚଳିତ ସିଜିନରେ ୪ଟି ମ୍ୟାଚ ଖେଳି ୨ଟିରେ ବିଜୟୀ ଓ ୨ଟିରେ ପରାଜିତ ହୋଇଛି । ଫଳରେ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୮ ନମ୍ବରରେ ରହିଛି । ସେହିପରି RCB ଚଳିତ ସିଜିନରେ ୫ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ୨ଟିରେ ପରାଜିତ ହୋଇ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୬ନମ୍ବର ସ୍ଥାନରେ ରହିଛି । ପୂର୍ବ ମ୍ୟାଚରେ ଦଳ ପରାଜିତ ହୋଇଥିବା ବେଳେ ଆଜି ବିଜୟ ପାଇଁ ପ୍ରସ୍ତୁତ ହୋଇଛି ।

ABOUT THE AUTHOR

...view details