ଓଡିଶା

odisha

ETV Bharat / sports

T20 World Cup: ଅଭେଶ ଖାନ ଟିମ ଇଣ୍ଡିଆର ନେଟ୍‌ ବୋଲର - ଟି-୨୦ ବିଶ୍ବକପ ସ୍କ୍ବାଡ୍‌

ବିସିସିଆଇ ପକ୍ଷରୁ ଅଭେଶ ଖାନଙ୍କୁ UAEରେ ରହିବାକୁ କୁହାଯାଇଥିବା ସୂଚନା ରହଛି । ଆଗାମୀ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ୍‌ରେ ନେଟ୍‌ ବୋଲର ଭାବେ ସାମିଲ ହେବାକୁ ଅଭେଶଙ୍କୁ ବୋର୍ଡ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

T20 World Cup: Avesh Khan has been asked by the BCCI to stay back in the UAE to join India squad as a net bowler
T20 World Cup: ଅଭେଶ ଖାନ ହେବେ ଟିମ ଇଣ୍ଡିଆର ନେଟ୍‌ ବୋଲର

By

Published : Oct 12, 2021, 10:17 PM IST

ହାଇଦ୍ରାବାଦ: ଦିଲ୍ଲୀ କ୍ୟାପିଟାଲ୍ସ ସ୍ପିଡଷ୍ଟାର୍‌ ଅଭେଶ ଖାନଙ୍କୁ ମିଳିଲା ଟିମ ଇଣ୍ଡିଆ ଟିକେଟ । ବିସିସିଆଇ ପକ୍ଷରୁ ଅଭେଶ ଖାନଙ୍କୁ UAEରେ ରହିବାକୁ କୁହାଯାଇଥିବା ସୂଚନା ରହଛି । ଆଗାମୀ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ୍‌ରେ ନେଟ୍‌ ବୋଲର ଭାବେ ସାମିଲ ହେବାକୁ ଅଭେଶଙ୍କୁ ବୋର୍ଡ ପକ୍ଷରୁ କୁହାଯାଇଛି ।

କାଶ୍ମୀରୀ ବୋଲର ଉରମାନ ମଲିକଙ୍କ ପରେ ୨୪ ବର୍ଷୀୟ ଦ୍ରୁତ ବୋଲର ଅଭେଶ ଖାନଙ୍କୁ ନେଟ୍‌ ବୋଲର ଭାବେ ରଖାଯାଇଥିବା ଜଣାପଡିଛି । ତେବେ ଔପଚାରିବ ଭାବେ ଏହି ଘୋଷଣାକୁ ଅପେକ୍ଷା ରହିଛି । ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ।

ଚଳିତ ଆଇପିଏଲରେ ଅଭେଶ ଦମଦାର ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଏହି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସେ ୨୩ ୱିକେଟ ହାସଲ କରିସାରିଛନ୍ତି । ହର୍ଷଲ ପଟେଲ୍ ସର୍ବାଧିକ ୩୨ ୱିକେଟ ହାସଲ କରି ୱିକେଟ ହାସଲକାରୀ ବୋଲର ତାଲିକାର ଶୀର୍ଷରେ ରହିଥିବାବେଳେ ଦ୍ବିତୀୟରେ ରହଛନ୍ତି ଅଭେଶ ।

ଇଂଲଣ୍ଡ ଗସ୍ତରେ ନିକଟ ଅତୀତରେ ଯାଇଥିବା ଭାରତୀୟ ଟେଷ୍ଟ ସ୍କ୍ବାଡ ସ୍କ୍ବାଡ ସହିତ ଗସ୍ତ କରିଥିଲେ ମଧ୍ୟ ଆହତ କାରଣରୁ ଗସ୍ତ ଅଧାରୁ ଫେରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସଂପୂର୍ଣ୍ଣ ବ୍ୟାଟର ଭାବେ ଟିମରେ ନିଆଯାଇଥିବା ସୂଚନା ରହିଥିବାବେଳେ, KKR ଓପନର ଭେଙ୍ଗଟସ ଆୟରଙ୍କୁ ମଧ୍ୟ ବାୟୋବବଲ ନ ଛାଡିବାକୁ କୁହାଯାଇଥିବା ଏକାଧିକ ପ୍ରମୁଖ ସ୍ପୋର୍ଟ୍ସ ୱେବସାଇଟ ରିପୋର୍ଟରେ ଦର୍ଶାଇଛନ୍ତି ।

ଭାରତୀୟ ଜାତୀୟ ଚୟନକର୍ତ୍ତାଙ୍କ ପାଖରେ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚୁଡାନ୍ତ ସ୍କ୍ବାଡ୍‌ ଘୋଷଣା କରିବା ସମୟ ରହିଥିଲେ ଖୁବଶୀଘ୍ର ବୋର୍ଡ ଏନେଇ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details