ଅହମ୍ମଦାବାଦ: ଆଇପିଏଲ 14ତମ ସଂସ୍କରଣରେ ଖେଳାଯିବ ଡବଲ ହେଡର ମ୍ୟାଚ । ଡବଲ ହେଡରର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ । ଟୁର୍ଣ୍ଣାମେଣ୍ଟର ଏହି 28ତମ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚାହିଁବେ ଉଭୟ ଦଳ । ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ତାଲିକାରେ ଯଥାକ୍ରମେ ସପ୍ତମ ଓ ଅଷ୍ଠମ ସ୍ଥାନରେ ରହିଛନ୍ତି ।
ନୂତନ ଅଧିନାୟକ କେନ ୱିଲିୟମସନଙ୍କ ନେତୃତ୍ବରେ ପଡ଼ିଆରେ ଓହ୍ଲାଇବ ସନରାଇଜର୍ସ ଦଳ । ପୂର୍ବରୁ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବରେ ଦଳ 6ଟି ମ୍ୟାଚ ଖେଳିଥିବା ବେଳେ 5ଟି ମ୍ୟାଚରେ ପରାଜିତ ହୋଇଛି ଦଳ । ବର୍ତ୍ତମାନ ସୁଦ୍ଧା ଦଳ ପାଇଁ ମୁଖ୍ୟ ସମସ୍ୟା ହେଉଛି ମଧ୍ୟକ୍ରମ ବ୍ୟାଟିଂ ଅର୍ଡର । ମଧ୍ୟକ୍ରମ ବ୍ୟାଟସମ୍ୟାନ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହାନ୍ତି । ଦଳରେ କେନ ୱିଲିୟମସନ ସାମିଲ ହେବାପରେ ଦଳର ବ୍ୟାଟିଂ କ୍ରମରେ କିଛି ସୁଧାର ଆସିଛି । କେନ ୱିଲିୟମସନଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହାଇଦ୍ରାବାଦ ସୁପର ଓଭରରେ ପହଞ୍ଚି ପାରିଥିଲା । ବୋଲରମାନେ ୱିକେଟ ନେବାରେ ଅସଫଳ ରହିଛନ୍ତି । ଭୁବନେଶ୍ବର କୁମାର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
ସନରାଇଜର୍ସ ହାଇଦ୍ରାବାଦ ଭଳି ରାଜସ୍ଥାନ ରୟାଲ୍ସ ମଧ୍ୟ ଚଳିତ ଆପିଏଲ ସିଜିନରେ ସଂଘର୍ଷ ଜାରି ରଖିଛି । ରାଜସ୍ଥାନ 6ଟି ମ୍ୟାଚ ଖେଳି କେବଳ 2ଟି ମ୍ୟାଚରେ ବିଜୟ ହାସଲ କରିଛି । ଫଳରେ ତାଲିକାରେ ସପ୍ତମ ସ୍ଥାନରେ ରହିବାକୁ ସକ୍ଷମ ହୋଇଛି ଦଳ। ଦଳ ଆହତ ସମସ୍ୟା ଦେଇ ଗତି କରୁଛି । ମାତ୍ର 4ଜଣ ବିଦେଶୀ ଖେଳାଳିଙ୍କୁ ନେଇ ଆଇପିଏଲ ଯାତ୍ରା ଜାରି ରଖିଛି ଦଳ। ଏଭଳି ସ୍ଥିତିରେ ହାଇଦ୍ରାବାଦ ବିପକ୍ଷରେ ଚୂଡ଼ାନ୍ତ ଏକାଦଶ ବାଛିବା ଦଳ ପାଇଁ କାଠିକର ପାଠ ହେବ।
ସନରାଇଜର୍ସ ହାଇଦ୍ରାବାଦ