ଓଡିଶା

odisha

ETV Bharat / sports

IPL 2022: ସନରାଇଜର୍ସ ହାଇଦ୍ରାବାଦରେ କୋଚ୍‌ ଡେବ୍ୟୁ କରିବେ ଷ୍ଟେନ୍‌ ଓ ଲାରା - ଡେଲ୍‌ ଷ୍ଟେନ୍‌ ଏସଆରଏଚ୍‌ ବୋଲିଂ କୋଚ୍‌

ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌, ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ରାଏନ ଲାରା, ସାଇମନ କ୍ୟାଟିଚ୍‌ ଓ ହେମାଙ୍ଗ ବଦାନୀଙ୍କୁ IPL 2022 ସଂସ୍କରଣରେ କୋଚ୍‌ ଭୂମିକା ପାଇଁ ନିଯୁକ୍ତ କରିଛି ଟିମ । ଅଧିକ ପଢନ୍ତୁ

Sunrisers Hyderabad rope in Steyn, Lara, Katich and Badani for coaching roles ahead of 2022 IPL
IPL 2022: ସନରାଇଜର୍ସ ହାଇଦ୍ରାବାଦରେ କୋଚ୍‌ ଡେବ୍ୟୁ କରିବେ ଷ୍ଟେନ୍‌ ଓ ଲାରା

By

Published : Dec 23, 2021, 5:31 PM IST

ହାଇଦ୍ରବାଦ: ଇଣ୍ଡିଆନ ପ୍ରିମିୟିର ଲିଗ(IPL) ୨୦୨୨ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ନବକଳେବର ହେବାକୁ ଯାଉଛି । ଗତ ସଂସ୍କରଣର ଟୁର୍ନାମେଣ୍ଟରେ ନୈରାଶ ଜନକ ପ୍ରଦର୍ଶନ ପରେ ଘର ସଜାଡିବାକୁ ଆଗୁଆ ପ୍ରୟାସ କରିଛି ଫ୍ରାଞ୍ଚାଇଜ୍‌ । ଏଥିପାଇଁ ମେଗା ନିଲାମ ପୂର୍ବରୁ ୨୦୧୬ ଆଇପିଏଲ ଟାଇଟେଲ ବିଜେତା ଅରେଞ୍ଜ ଆର୍ମୀ ଶକ୍ତି ସଂଗ୍ରହରେ ପ୍ରୟାସ କରୁଥିବା ନଜର ଆସିଛି । ବିଶ୍ବ କ୍ରିକେଟର କିଛି ଘାତକ ଓ ମହାନ ପୂର୍ବତନ ଖେଳାଳିଙ୍କୁ କୋଚିଂ ଷ୍ଟାଫ୍‌ ଟିମରେ ସାମିଲ କରିଛି ଫ୍ରାଞ୍ଚାଇଜ୍‌ । ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌, ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ରାଏନ ଲାରା, ସାଇମନ କ୍ୟାଟିଚ୍‌ ଓ ହେମାଙ୍ଗ ବଦାନୀଙ୍କୁ IPL 2022 ସଂସ୍କରଣରେ କୋଚ୍‌ ଭୂମିକା ପାଇଁ ନିଯୁକ୍ତ କରିଛି ଟିମ ।

ଡେଲ୍‌ ଷ୍ଟେନ୍‌

ଏହା ବି ପଢନ୍ତୁ: IPL 2022: ଆସନ୍ତାବର୍ଷ ଫେବ୍ରୁଆରୀରେ ମେଗା ନିଲାମ

ଷ୍ଟେନ୍‌ଙ୍କୁ ଦ୍ରୁତ ବୋଲିଂ ବିଭାଗ(pace bowling coach) ଦାୟିତ୍ବ ମିଳିଥିବାବେଳେ, ଲାରା ରଣନୀତି ପ୍ରସ୍ତୁତକର୍ତ୍ତା ପରାମର୍ଶଦାତା( strategic advisor) ଓ ବ୍ୟାଟିଂ କୋଚ୍‌ ଦାୟିତ୍ବ ତୁଲାଇବେ । ସେହିପରି ୨୦୨୧ ସଂସ୍କରଣ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ମୁଖ୍ୟ କୋଚ୍‌ ରହିଥିବା ସାଇମନ କ୍ୟାଟିଚ୍‌ ସହକାରୀ କୋଚ୍‌ ଓ ବଦାନୀ ଫିଲ୍ଡିଂ କୋଚ୍‌ ଭାର ସମ୍ଭାଳିବେ ।

ଗତ ସଂସ୍କରଣରେ ମୁଖ୍ୟ କୋଚ୍‌ ଥିବା ଟମ ମୁଡିଙ୍କୁ କ୍ରିକେଟ ନିର୍ଦ୍ଦେଶକ ଓ ମୁଥୟା ମୂରଲୀଧରନ ସ୍ପିନ୍‌ ବୋଲିଂ କୋଚ୍‌ ରହିଛନ୍ତି । ନୂଆ ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ସନରାଇଜର୍ସ ହାଇଦ୍ରାବାଦ ଟ୍ବିଟ୍‌ ଯୋଗେଁ ଘୋଷଣା କରିଛି ।

ଚଳିତ ବର୍ଷ ଅଗଷ୍ଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାପରେ ଏହା ଷ୍ଟେନ୍‌ଙ୍କ ପ୍ରଥମ କୋଚ୍‌ ଭୂମିକା ହେବ । UAE ଓ ଓମାନରେ ଖେଳାଯାଇଥିବା ପୁରୁଷ ଟି-୨୦ ବିଶ୍ବକପରେ କମେଣ୍ଟ୍ରୀ ଡେବ୍ୟୁ ମଧ୍ୟ କରିଥିଲେ ଷ୍ଟେନ୍‌ ।

ଷ୍ଟେନ୍‌ଙ୍କୁ ବିଶ୍ବ କ୍ରିକେଟରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବୋଲର ଭାବେ ବିବେଚନା କରାଯାଏ । ସେ ୯୩ଟି ଟେଷ୍ଟରୁ ୨୨.୯୫ ଆଭରେଜ୍‌ରେ ୪୩୯ ୱିକେଟ, ୧୨୫ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରୁ ୧୯୬ ୱିକେଟ୍‌ ଓ ୪୭ଟି ଅନ୍ତର୍ଜାତୀୟ ଟି-୨୦ରୁ ୬୪ ୱିକେଟ ହାସଲ କରିଛନ୍ତି । ପୂର୍ବରୁ ଡେକାନ ଚାର୍ଜସ ନାମ ଥିବା ସନରାଇଜର୍ସ ହାଇଦ୍ରାବାଦ, ଗୁଜୁରାଟ ଲାୟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୯୫ଟି ଆଇପିଏଲ ମ୍ୟାଚ୍‌ରୁ ୯୭ ୱିକେଟ ମଧ୍ୟ ଷ୍ଟେନ୍‌ଙ୍କ ନାମରେ ରହିଛି ।

ଷ୍ଟେନ୍‌ଙ୍କ ପରି ଲାରା ମଧ୍ୟ ଟି-୨୦ ଫ୍ରାଞ୍ଚାଇଜ କ୍ରିକେଟରେ କୋଚିଂ ଡେବ୍ୟୁ କରିବାକୁ ଯାଉଛନ୍ତି । ୧୭ ବର୍ଷରୁ ଅଧିକ ସମୟ ଧରି କ୍ରିକେଟ ଖେଳିଥିବା ବାମହାତୀ ଲାରା ବିଶ୍ବ କ୍ରିକେଟର ଅନ୍ୟତମ ମହାନ ଖେଳାଳି । ୧୩୧ଟି ଟେଷ୍ଟରୁ ୫୨.୮୮ ଆଭରେଜ୍‌ରେ ତାଙ୍କ ନାମରେ ରହିଛି ୧୧,୯୫୩ ରନ୍‌ । ଏଥିରେ ସାମିଲ ରହିଛି ୩୪ଟି ଶତକ, ୯ଟି ଦ୍ବିଶତକ ଓ ୪୮ଟି ଅର୍ଦ୍ଧଶତକୀୟ ଇଂନିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details