ନୂଆଦିଲ୍ଲୀ: କୋଭିଡ-19 ରିଲିଫ ପାଣ୍ଠିକୁ 30 କୋଟି ଟଙ୍କା ଦାନ ଦେଲା ଆଇପିଏଲ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ । ମହାମାରୀ କୋରୋନା ଲଢ଼େଇ ପାଇଁ ଏହି ଟଙ୍କା ଦାନ କରିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ଫ୍ରାଞ୍ଚାଇଜି ସହଯୋଗୀ ସଂଗଠନ ସହ ମିଳିତ ଭାବରେ ଏହି ଅର୍ଥ ଦାନ ଦିଆଯାଇଛି । ଭାରତରେ କୋରୋନାର ଦ୍ବିତୟୀ ଲହର ଚିନ୍ତା ଜନକ ରହିଛି । ଦୈନିକ 4 ହଜାର ଲୋକେ କୋରୋନା ଭୂତାଣୁରେ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।
ଏହାକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, 'କୋଭିଡ ରିଲିଫ ଫଣ୍ଡକୁ 30 କୋଟି ଟଙ୍କା ଦାନ କରାଯାଇଛି । କୋରୋନା ଆକ୍ରାନ୍ତ ଚିକିତ୍ସାରେ ଏହି ଟଙ୍କା ବିନିଯୋଗ କରାଯିବ । କୋଭିଡ ରିଲିଫ ଫଣ୍ଡ ସହ ଯୋଡ଼ି ହୋଇଥିବା ରାଜ୍ୟ ସରକାର, କେନ୍ଦ୍ର ସରକାର ଓ କିଛି ଏନଜିଓ ମିଳିତ ଉଦ୍ୟମରେ କୋଭିଡ ରିଲିଫ ଫଣ୍ଡ କରାଯାଇଛି । ଏନଜିଓମାନେ ଏହି ରିଲିଫ ଫଣ୍ଡ ସହାୟତାରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଉଛନ୍ତି ।'