ଓଡିଶା

odisha

ETV Bharat / sports

ବିଜୟ ସ୍ବାଦ ଚାଖିଲା ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ 9 ୱିକେଟରେ ପରାଜିତ - ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍ସ

ଲଗାତାର ତିନୋଟି ପରାଜୟ ପରେ ଶେଷ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ ଦଳ । ଆଇପିଏଲର 14ମତ ମ୍ୟାଚରେ ପଞ୍ଜାବକୁ 9 ୱିକେଟରେ ମାତ ଦେଇଛି ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ...

ବିଜୟ ସ୍ବାଦ ଚାଖିଲା ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ 9 ୱିକେଟରେ ପରାଜିତ
ବିଜୟ ସ୍ବାଦ ଚାଖିଲା ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ 9 ୱିକେଟରେ ପରାଜିତ

By

Published : Apr 21, 2021, 7:34 PM IST

Updated : Apr 21, 2021, 7:47 PM IST

ଚେନ୍ନାଇ: ଲଗାତାର ତିନୋଟି ପରାଜୟ ପରେ ଶେଷ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ ଦଳ । ଆଇପିଏଲର 14ତମତ ମ୍ୟାଚରେ ପଞ୍ଜାବକୁ 9 ୱିକେଟରେ ମାତ ଦେଇଛି ହାଇଦ୍ରାବାଦ । 121 ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦକୁ ଭଲ ଆରମ୍ଭ ମିଳିଥିଲା । ଓପନିଂ ଯୋଡ଼ି ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ପ୍ରଥମ ୱିକେଟ ପାଇଁ 73 ରନ ଭାଗିଦାରୀ କରିଥିଲେ ।

ଏହାପରେ 37 ରନ କରି ଫାବିଆନ ଏଲେନଙ୍କ ଶିକାର ହୋଇଥିଲେ ଡେଭିଡ ୱାର୍ଣ୍ଣର । ତେବେ ସେତେବେଳକୁ ହାଇଦ୍ରାବାଦ ଦଳ ନିୟନ୍ତ୍ରଣକୁ ମ୍ୟାଚ ଆସି ଯାଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ କେନ ୱିଲିୟମସନ। ଜନି ବେୟାରଷ୍ଟୋ ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ । 18 ଓଭର 4ଟି ବଲରେ ଦଳ ବିଜୟ ହାସଲ କରିଛି । ଜନି ବେୟାରଷ୍ଟୋ 56 ବଲ ଖେଳି 63 ରନ କରିଥିବାବେଳେ କେନ ୱିଲିୟମସନ 19ଟି ବଲ ଖେଳି 16 ରନ କରିଥିଲେ । ପଞ୍ଜାବ ପକ୍ଷରୁ ଅନ୍ୟ କୌଣସି ବୋଲର ୱିକେଟ ନେବାରେ ସଫଳ ହୋଇ ପାରିନଥିଲେ ।

ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ନିୟମିତ ଭାବରେ ୱିକେଟ ହରାଇବାରୁ ଦଳ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି। ମ୍ୟାଚ ଆରମ୍ଭରୁ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ଆକ୍ରମଣରେ ଘାଇଲା ହୋଇଥିଲା ପଞ୍ଜାବ । ଦଳୀୟ ସ୍କୋର ମାତ୍ର 15 ରନ ହୋଇଥିବା ଅଧିନାୟକ କେଏଲ ରାହୁଲଙ୍କୁ ୱିକେଟ ହରାଇ ଥିଲା ଦଳ । ଏହାପରେ ମୟଙ୍କ ଅଗ୍ରୱାଲ ଓ କ୍ରିଶ ଗେଲ କିଛି ସମୟ ଭାଗିଦାରୀ କରିଥିଲେ । ତେବେ ସେହି ସମୟରେ ରାଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ ମୟଙ୍କ ଅଗ୍ରୱାଲ । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ଓ ଶାହାରୁଖ ଖାନ ସର୍ବାଧିକ 22 ରନ ଲେଖାଏଁ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରିଶ ଗେଲ 15 ରନ, ମୋଇସେସ ହେନରିକ୍ସ 14 ରନ ଓ ଦୀପକ ହୁଡ୍ଡା 15 ରନ କରିଥିଲେ । ଆଉ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ସେପଟେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ଦମଦାର ବୋଲିଂ କରିଛି । ଦଳ ପକ୍ଷରୁ ଖଲିଲ ଅହମ୍ମଦ ସର୍ବାଧିକ 3ଟି ୱିକେଟ ନେଇଥିଲେ । ସେହିଭଳି ଅଭିଶେକ ଶର୍ମା ଗୁରୁତ୍ବପୂର୍ଣ୍ଣ ଦୁଇଟି ୱିକେଟ ନେଇଥିଲେ। ଭୁବନେଶ୍ବର କୁମାର, ସିଦ୍ଧାର୍ଥ କାଉଲ ଓ ରାଶିଦ ଖାନ ଯଥାକ୍ରମେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ବର୍ତ୍ତମାନ ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଛି ପଞ୍ଜାବ କିଙ୍ଗ୍ସ ଦଳ । ସେପଟେ ପ୍ରଥମ ମ୍ୟାଚ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ ଦଳ ପଞ୍ଚମ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2021, 7:47 PM IST

ABOUT THE AUTHOR

...view details