ଓଡିଶା

odisha

ETV Bharat / sports

ଆଇପିଏଲ 14: ଚେନ୍ନାଇରେ ହାଇଦ୍ରାବାଦ-ବାଙ୍ଗାଲୋର ମଧ୍ୟରେ ଲଢ଼େଇ

ଆଇପିଏଲର 14ତମ ସଂସ୍କରଣର ଖେଳାଯିବ ଷଷ୍ଠ ମ୍ୟାଚ । ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣଙ୍କ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢ଼ନ୍ତୁ...

By

Published : Apr 14, 2021, 5:19 PM IST

ଆଇପିଏଲ 14: ଚେନ୍ନାଇରେ ହାଇଦ୍ରାବାଦ-ବାଙ୍ଗାଲୋର ମଧ୍ୟରେ ଲଢ଼େଇ
ଆଇପିଏଲ 14: ଚେନ୍ନାଇରେ ହାଇଦ୍ରାବାଦ-ବାଙ୍ଗାଲୋର ମଧ୍ୟରେ ଲଢ଼େଇ

ଚେନ୍ନାଇ: ଆଇପିଏଲର 14ତମ ସଂସ୍କରଣର ଖେଳାଯିବ ଷଷ୍ଠ ମ୍ୟାଚ । ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣଙ୍କ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସିଜିନର ପ୍ରଥମ ମ୍ୟାଚରେ 5ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହରାଇ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରିଛି ବାଙ୍ଗାଲୋର । ସେପେଟ କୋଲକାତା ନାଇଟ ରାଇଡର୍ସଠାରୁ ପ୍ରଥମ ମ୍ୟାଚ ହାରିବା ପରେ ଟୁର୍ଣ୍ଣାମେଣ୍ଟରେ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ହାଇଦ୍ରାବାଦ ।

ପ୍ରଥମ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମନୋବଳ ସୁଦୃଢ଼ ରହିଛି । ସେପଟେ କୋରୋନାରୁ ସୁସ୍ଥ ହୋଇ ଦଳରେ ସାମିଲ ହୋଇ ପାରନ୍ତି ଦେବଦତ୍ତତ ପାଡ୍ଡିକଲ। ତେବେ ଯଦି ସେ ନଖେଳନ୍ତି ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଦଳ ପାଇଁ ଓପନ କରିବେ। ଦଳ ବ୍ୟାଟିଂ ଦାୟିତ୍ବ ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ଉପରେ ରହିବ। ସେପଟେ ଦଳରେ ଗ୍ଲେନ ମାକ୍ସୱେଲ ମଧ୍ୟ ସାମିଲ ରହିଛନ୍ତି।

ଗତ ମ୍ୟାଚରେ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିବା ୱାସିଂଟନ ସୁନ୍ଦର ଓ ରଜତ ପାଟିଦାର ଆଜି ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ହର୍ଷଲ ପଟେଲ ମୁମ୍ବାଇ ବିପକ୍ଷରେ 27 ରନ ଦେଇ 5ଟି ୱିକେଟ ନେଇଥିଲେ। ବିରାଟ ତାଙ୍କୁ ଡେଥ ବୋଲର ଭାବରେ ବ୍ୟବହାର କରି ପାରନ୍ତି।

ଅନ୍ୟପଟେ କୋଲକାତା ବିପକ୍ଷରେ ସନରାଇଜର ହାଇଦ୍ରାବାଦର ଡେଭିଡ ୱାର୍ଣ୍ଣର ଓ ରିଦ୍ଧିମାନ ଶାହା ଫେଲ ମାରିଥିଲେ। ସେ ବାଙ୍ଗାଲୋର ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ଜନି ବେୟାରଷ୍ଟୋ ମଧ୍ୟ ଦଳ ପାଇଁ ଓପନିଂ କରିପାରନ୍ତି। ମନିଷ ପାଣ୍ଡେ ଓ ବେୟାରଷ୍ଟୋ ଗତ ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରିଥିଲେ।

ବୋଲର ଭୁବନେଶ୍ବର କୁମାର ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରି ନାହାନ୍ତି। କିନ୍ତୁ ସେ ଶୀଘ୍ର ଲୟ ଫେରି ପ୍ରତିପକ୍ଷ ଦଳକୁ ଧରାଶାୟୀ କରି ପାରନ୍ତି। ଦୁଇ ଦଳ ପରସ୍ପର ବିପକ୍ଷରେ 18ଟି ମ୍ୟାଚ ଖେଳିଛନ୍ତି। ସେଥିମଧ୍ୟରେ ସନରାଇଜର ହାଇଦ୍ରାବାଦ 10ଟି ମ୍ୟାଚ ଜିତିଥିବା ବେଳେ 7ଟି ମ୍ୟାଚ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜିର ମ୍ୟାଚରେ କିଏ ବିଜୟୀ ହେଉଛି ତାହାରି ଉପରେ ସଭିଙ୍କ ନଜର।

ରୟାଲ ବାଙ୍ଗାଲୋର ଚ୍ୟାଲେଞ୍ଜର୍ସ ଦଳ

ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡ୍ଡିକାଲ, ଫିନ୍ ଆଲେନ୍, ଏବି ଡିଭିଲିୟର୍ସ, ପବନ ଦେଶପାଣ୍ଡେ, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାମସ୍, ୟୁଜିବେନ୍ଦ୍ର ଚହଲ, ଆଡାମ ଜାମ୍ପା, ଶାହାବାଜ ଅହମ୍ମଦ, ମହମ୍ମଦ ସିରାଜ, ନବଦୀପ ସାଇନି, କେନ ରିଚାର୍ଡସନ, ହର୍ଷଲ ପଟେଲ, ଗ୍ଲେନ ମାକ୍ସୱେଲ, ସଚିନ ବେବି, ରଜତ ପାଟିଦାର, ମହମ୍ମଦ ଆଜାରୁଦ୍ଦିନ, କାଇଲ ଜାମିସନ, ଡାନିଏଲ ଖ୍ରୀଷ୍ଟିଆନ, ସୁୟଶ ପ୍ରଭୁଦେଶାଇ, କେ.ଏସ୍ ଭରତ।

ସନରାଇଜର୍ସ ହାଇଦ୍ରାବାଦ

ଡେଭିଡ ୱାର୍ଣ୍ଣର (ଅଧିନାୟକ), କେନ ୱିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ୍ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜେସନ ରଏ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବୀ, କେଦାର ଯାଦବ, ଜେ ସୁଚିତ, ଜେସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମାଦ, ଭୁବନେଶ୍ବର କୁମାର, ରାସିଦ ଖାନ, ଟି ନଟରାଜନ୍, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବେସିଲ ଥାମ୍ପି, ଶାହାବାଜ ନଦୀମ ଏବଂ ମୁଜିବ ଉର-ରେହମାନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details