ଓଡିଶା

odisha

ETV Bharat / sports

ଆଇପିଏଲ 14: ଚେନ୍ନାଇ ବିପକ୍ଷରେ ଟସ୍ ଜିତିି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଆଇପିଏଲର 23ତମ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ହେଲେ ପଏଣ୍ଟ ତାଲିକାରେ ଶୀର୍ଷରେ ପହଞ୍ଚିବ । ଅଧିକ ପଢନ୍ତୁ...

ଆଇପିଏଲ 14: ଚେନ୍ନାଇ ବିପକ୍ଷରେ ଟସ୍ ଜିତିି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି
ଆଇପିଏଲ 14: ଚେନ୍ନାଇ ବିପକ୍ଷରେ ଟସ୍ ଜିତିି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

By

Published : Apr 28, 2021, 7:04 PM IST

Updated : Apr 28, 2021, 7:16 PM IST

ନୂଆଦିଲ୍ଲୀ: ଆଇପିଏଲର 23ତମ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ହେଲେ ପଏଣ୍ଟ ତାଲିକାରେ ଶୀର୍ଷରେ ପହଞ୍ଚିବ । ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ସେପଟେ ସନରାଇଜର୍ସ ହାଇଦ୍ରାବାଦ ଦଳ ମଧ୍ୟ ଏହି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚେଷ୍ଟା କରିବ ।

ଏହି ମ୍ୟାଚ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଦୁଇଟି ପରିବର୍ତ୍ତନ କରିଛି । ଅଭିଷେକ ଶର୍ମା ଓ ବିରାଟ ସିଂହଙ୍କ ସ୍ଥାନରେ ସନ୍ଦୀପ ଶର୍ମା ଓ ମନୀଷ ପାଣ୍ଡେ ହାଇଦ୍ରାବାଦର ଚୂଡ଼ାନ୍ତ ଏକାଦଶରେ ଦଳରେ ସାମିଲ ହୋଇଛନ୍ତି । ସେପଟେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଦଳରେ ଦୁଇଟି ପରିବର୍ତ୍ତନ କରିଛି । ଦଳରେ ଡ୍ବେନ ବ୍ରାଭୋ ଓ ଇମରାନ ତାହିରଙ୍କ ସ୍ଥାନରେ ଲୁଙ୍ଗି ନିଗିଡ଼ି ଓ ମୋଇନ ଅଲୀ ଦଳରେ ସାମିଲ ହୋଇଛନ୍ତି ।

ଅନ୍ୟ ପିଚଠାରୁ ଏହି ପଚି ଅଲଗା ବୋଲି କହିଛନ୍ତି ଡେଭିଡ ୱାର୍ଣ୍ଣର । ଏଥିପାଇଁ ଦଳ ପ୍ରଥମେ ବ୍ୟାଟିଂ କରିବ ବୋଲି ସେ କହିଛନ୍ତି । ଏହି ମ୍ୟାଚରେ ଶାନ୍ତ ହୋଇ କେବଳ ଭଲ ପ୍ରଦର୍ଶନ ଉପରେ ଧ୍ୟାନ ଦେବେ ବୋଲି ୱାର୍ଣ୍ଣର କହିଛନ୍ତି । ସେପଟେ ଟସ ହାରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ପ୍ରଥମ ବୋଲିଂ କରିବାକୁ ଚାହୁଁଥିଲା ବୋଲି କହିଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଦ୍ବିତୀୟ ଇନିଂଶରେ କାକର ପଡ଼ିବାର ସମ୍ଭାବନା ରହିଛି । ଏଥିପାଇଁ ଦଳ ପ୍ରଥମେ ବୋଲିଂ କରି ଛୋଟ ଟାର୍ଗେଟରେ ପ୍ରତିପକ୍ଷକୁ ଅଟକାଇବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ଧୋନୀ ।

ଚେନ୍ନାଇ ସୁପର କିଙ୍ଗ୍ସ ଚୂଡ଼ାନ୍ତ ଏକାଦଶ

ଋତୁରାଜ ଗାୟକୱାଡ, ଫାଫ୍ ଡୁ ପ୍ଲେସିସ୍, ମୋଏନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ/ ୱିକେଟ ରକ୍ଷକ), ରବିନ୍ଦ୍ର ଜାଡେଜା, ସାମ୍ କୁରାନ, ଶାର୍ଦ୍ଦୁଲ ଠାକୁର, ଲୁଙ୍ଗି ନିଗିଡି ଓ ଦୀପକ ଚହର ।

ସନରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ

ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ (ୱିକେଟ ରକ୍ଷକ), କେନ୍ ୱିଲିୟମସନ, ମନୀଷ ପାଣ୍ଡେ, କେଦାର ଯାଦବ, ବିଜୟ ଶଙ୍କର, ରସିଦ ଖାନ, ଜଗଦୀଶ ସୁଚିତ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ ଓ ସିଦ୍ଧାର୍ଥ କାଉଲ୍।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 28, 2021, 7:16 PM IST

ABOUT THE AUTHOR

...view details