ହାଇଦ୍ରାବାଦ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ପଞ୍ଜାବ କିଙ୍ଗ୍ସ (PBKS)ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ପଞ୍ଜାବ ଆଗରେ ୧୫୮ ରନ୍ର ଟାର୍ଗେଟ ରଖିଛି । ପଞ୍ଜାବର ଦ୍ରୁତତମ ବୋଲର ନାଥନ ଏଲିସଙ୍କ ବିସ୍ଫୋରକ ବୋଲିଂ ଦେଖିବାକୁ ମିଳିଛି । ଶେଷ ଓଭରରେ ସେ ୩ଟି ୱିକେଟ ହାତେଇଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ କରିଥିବା ବେଳେ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ୍ କରିଛନ୍ତି । ଅଭିଷେକ ୨ଟି ଛକା ଓ ୫ଟି ଚୌକା ସହ ସ୍କୋରବୋର୍ଡରେ ଏହି ରନ୍ ଯୋଡ଼ିଛନ୍ତି । ହାଇଦ୍ରାବାଦର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋାରିଓ ସେଫର୍ଡ ୨ଟି ଲେଖାଏଁ ଚୌକା ଓ ଛକା ସହ ୧୫ ବଲ୍ ଖେଳି ୨୬ ରନ୍ କରିଛନ୍ତି । ୱାଶିଟନ ସୁନ୍ଦର ୧ଟି ଛକା ଓ ୩ଟି ଚୌକା ସାହାଯ୍ୟରେ ୧୯ ବଲ୍ ଖେଳି ୨୫ ରନ୍ ସଂଗ୍ରହ କରିଥିଲେ । ପଞ୍ଜାବ ୩ ଓଭର ଚାଲିଥିବା ବେଳେ ପ୍ରଥମ ୱିକେଟ ହରାଇଥିଲା ।