ଆବୁଧାବି:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘାତକ ବୋଲିଂ ଆଗରେ ସନ୍ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୪୧ ରନ୍ କରିବାକୁ ହିଁ ସକ୍ଷମ ହୋଇଛି । ଟସ୍ ଜିତି ପ୍ରଥମେ SRHକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା RCB । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଦଳ ଦ୍ବିତୀୟ ଓଭରରେ ହିଁ ପ୍ରଥମ ୱିକେଟ ହରାଇଥିଲା । ସେତେବେଳେ ଦଳୀୟ ସ୍କୋର୍ ମାତ୍ର ୧୪ ରନ୍ ହିଁ ହୋଇଥିଲା ।
ଏହାପରେ ଅଧିନାୟ କେନ ୱିଲିୟମସନ୍ ଓ ଜେଶନ ରୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ କେନ୍ ୱିଲିୟମସନ୍ଙ୍କୁ ୩୧ ରନ୍ରେ ଆଉଟ୍ କରିଥିଲେ ହର୍ଷଲ ପଟେଲ । ଏହାପରେ ପ୍ରିୟମ ଗର୍ଗ ମଧ୍ଯ ମାତ୍ର ୧୩ ରନ୍ କରି ପାଭେଲିୟନ ଫେରିଥିଲେ । ୱିଲିୟମସନ୍ଙ୍କ ପରେ କୌଣସି ବ୍ୟାଟସ୍ମ୍ୟାନ ପଡି଼ଆରେ ବଡ଼ ସଟ୍ ଖେଳି ପାରିନଥିଲ । ଏହା ଭାଗିଦାରୀ ମଧ୍ୟ କରି ପାରିନଥିଲେ ।