ଓଡିଶା

odisha

ETV Bharat / sports

ଦେଶରେ ଅଣାୟତଃ କୋରୋନା, ଚିନ୍ତାରେ ଆର ଅଶ୍ୱିନ - ଭାରତର ଇଂଲଣ୍ଡ ଗସ୍ତ

କୋରୋନାର ଦ୍ବିତୀୟ ଲହର ଭାରତରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ ସ୍ପିନର ରବି ଚନ୍ଦ୍ରନ ଅଶ୍ବିନ । ଅଧିକ ପଢ଼ନ୍ତୁ...

ଦେଶରେ ଅଣାୟତ କୋରୋନା, ଚିନ୍ତାରେ ଆର ଅଶ୍ୱିନ
ଦେଶରେ ଅଣାୟତ କୋରୋନା, ଚିନ୍ତାରେ ଆର ଅଶ୍ୱିନ

By

Published : May 12, 2021, 6:30 PM IST

ଚେନ୍ନାଇ: କୋରୋନାର ଦ୍ବିତୀୟ ଲହର ଭାରତରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ ସ୍ପିନର ରବି ଚନ୍ଦ୍ରନ ଅଶ୍ବିନ । ଦୈନିକ 3 ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଚିନ୍ତିତ ହୋଇ ଟ୍ବିଟ କରିଛନ୍ତି ରବି ଚନ୍ଦ୍ରନ ଅଶ୍ବିନ । ଭାରତରେ କୋରୋନା ସଂକ୍ରମଣ ଉପର ମୁହାଁ ରହିଥିବା ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି ।

ଭାରତରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ନେଇ ରବି ଚନ୍ଦ୍ରନ ଅଶ୍ବିନ କହିଛନ୍ତି ଯେ, "ଯେତେବେଳେ ଏସବୁ ଶେଷ ହେଲେ ହିଁ ମୋତେ ଉଠାଇ ଦେବ । ଆଉ କେତେଜଣଙ୍କ ଜୀବନ ନେବ ଏହି ମହାମାରୀ । ଦୟାକରି ସଭିଏଁ ମାସ୍କ ପିନ୍ଧନ୍ତୁ । ଯେଉଁମାନେ ମାସ୍କ ପିନ୍ଧୁ ନାହାଁନ୍ତି ବା ସାମାଜିକ ଦୂରତା ରକ୍ଷା କରୁ ନାହାଁନ୍ତି ଏକ ଅପରାଧ କରୁଛନ୍ତି । ହେ ଭଗବାନ ଟିକିଏ ଦୟା କରନ୍ତୁ ।"

ତାମିଲନାଡ଼ୁରେ ମଧ୍ୟ କୋରୋନା ଅନିୟନ୍ତ୍ରିତ ଭାବରେ ବଢ଼ି ଚାଲିଛି । ଏଥିପାଇଁ ମେ ମାସ 10 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ପୁରା ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରବିଚନ୍ଦ୍ରନ ଅଶ୍ବିନ ଆଇପିଏଲ 2021ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି । ତେବେ କୋରୋନା ସଂକ୍ରମଣ ଯୋଗୁଁ ସେ ଅଧା ଆଇପିଏଲରୁ ଫେରି ଆସିଥିଲେ ।

ପରବର୍ତ୍ତୀ ସମୟରେ ଆଇପିଏଲର 14ତମ ସଂସ୍କରଣରେ ଏକାଧିକ ଫ୍ରାଞ୍ଚାଇଜିର ଖେଳାଳି କୋରୋନା ସଂକ୍ରମିତ ହୋଇଥିଲେ । ଯାହାଫଳରେ ଆଇପିଏଲକୁ ଅଧାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଛି । ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିବାକୁ ଇଲଂଣ୍ଡ ଗସ୍ତ କରିବେ ରବି ଚନ୍ଦ୍ରନ ଅଶ୍ବିନ । ଏହାସହ ସେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଦଳରେ ମଧ୍ୟ ସାମିଲ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details