ଓଡିଶା

odisha

ETV Bharat / sports

ଖୁବଶୀଘ୍ର ବ୍ୟାଟିଂ ସହ ବୋଲିଂ କରିବେ ହାର୍ଦ୍ଦିକ ପାଣ୍ଡ୍ୟା: ଜାହିର ଖାନ - ଆଇପିଏଲ 14ରେ ହାର୍ଦ୍ଦିକ ପାଣ୍ଡ୍ୟା

କାନ୍ଧରେ ଆଘାତଜନିତ ସମସ୍ୟା ଯୋଗୁଁ ବୋଲିଂ କରିବାକୁ ସକ୍ଷମ ହୋଇ ପାରୁନାହାଁନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ ସଞ୍ଚାଳକ ନିର୍ଦ୍ଦେଶକ ଜାହିର ଖାନ । ଅଧିକ ପଢ଼ନ୍ତୁ...

ଖୁବଶୀଘ୍ର ବ୍ୟାଟିଂ ସହ ବୋଲିଂ କରିବେ ହାର୍ଦ୍ଦିକ ପାଣ୍ଡ୍ୟା: ଜାହିର ଖାନ
ଖୁବଶୀଘ୍ର ବ୍ୟାଟିଂ ସହ ବୋଲିଂ କରିବେ ହାର୍ଦ୍ଦିକ ପାଣ୍ଡ୍ୟା: ଜାହିର ଖାନ

By

Published : Apr 12, 2021, 6:05 PM IST

ଚେନ୍ନାଇ:କାନ୍ଧରେ ଆଘାତଜନିତ ସମସ୍ୟା ଯୋଗୁଁ ବୋଲିଂ କରିବାକୁ ସକ୍ଷମ ହୋଇ ପାରୁନାହାଁନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ମଧ୍ୟ ସେ ଗୋଟିଏ ମ୍ୟାଚରେ ବୋଲିଂ କରି ପାରିନଥିଲେ। ଆଇପିଏଲରେ ମଧ୍ୟ ହାର୍ଦ୍ଦିକଙ୍କ ସହ ଏହି ସମସ୍ୟା ଲାଗି ରହିଛି । ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ ସଞ୍ଚାଳକ ନିର୍ଦ୍ଦେଶକ ଜାହିର ଖାନ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜାହିର ଖାନ କହିଛନ୍ତି ଯେ, "ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା 9 ଓଭର ବୋଲିଂ କରିଥିଲେ। ତେବେ ଫିଜିଓଙ୍କ ପରାମର୍ଶରେ ତାଙ୍କୁ ବୋଲିଂରୁ ନିବୃତ୍ତ କରାଯାଇଛି। ତାଙ୍କ କାନ୍ଧରେ ଆଂଶିକ ଆଘାତ ଲାଗିଛି। କିନ୍ତୁ ଚିନ୍ତା କରିବାର କୌଣସି ବିଷୟ ନାହିଁ। ଖୁବଶୀଘ୍ର ସେ ବୋଲିଂ କରୁଥିବା ଆପଣ ଦେଖିବାକୁ ପାଇବେ।"

ବର୍ତ୍ତମାନ ୱେଷ୍ଟଇଣ୍ଡିଜର କୈରନ ପୋଲାର୍ଡଙ୍କୁ ଷଷ୍ଠ ବୋଲର ଭାବରେ ବ୍ୟବହାର କରୁଛି ମୁମ୍ବାଇ। ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ହାରିବା ପରେ ଦଳ ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ । ଏଭଳି ସ୍ଥିତିରେ ବୋଲିଂକୁ ମଝବୁତ କରିବାକୁ ସମସ୍ତ ଚେଷ୍ଟା କରିବ ମୁମ୍ବାଇ। ସେପଟେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡିକକ ମଧ୍ୟ ନିଜ କ୍ବାରେଣ୍ଟିନ ଅବଧି ଶେଷ କରିଛନ୍ତି। ତେବେ ସେ ଦଳରେ ସାମିଲ ହେଲେ ଗତ ମ୍ୟାଚରେ ଦମଦାର 49ରନ କରିଥିବା କ୍ରୀଶ ଲିନଙ୍କ ସ୍ଥାନ ପ୍ରତି ସନ୍ଦେହଜାତ ହେଉଛି ।

ସମସ୍ତ ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫିଟ କରାଇବାକୁ ଚେଷ୍ଟା ଜାରି ରଖିଛି। ମୁମ୍ବାଇ ଆଇପିଏଲର ଦ୍ବିତୀୟ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିବି। ମାର୍ଚ୍ଚ 13 ତାରିଖରେ ଏହି ମ୍ୟାଚ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details