ଦୁବାଇ: ରବିବାର ଠାରୁ ଆରମ୍ଭ ହୋଇଛି ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ । ଗତକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନରେ ମୁହାଁମୁହିଁ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ପରାସ୍ତ କରିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।
ମ୍ୟାଚରେ ଋତୁରାଜ ଗାଏକ୍ବାଡଙ୍କ ବିସ୍ଫୋରକ ବ୍ୟାଟିଙ୍କ ବଳରେ ୬ ଓ୍ବିକେଟ ହରାଇ ୨୦ ଓଭର ଶେଷ ସୁଦ୍ଧା ୧୫୬ ରନ କରି ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୭ରନର ବିଜୟ ଲକ୍ଷ୍ୟ ଦେଇଥିଲା ଚେନ୍ନାଇ ସୁପର କିଙ୍ଗ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭର ଶେଷ ସୁଦ୍ଧା ୮ ଓ୍ବେକେଟ ହରାଇ ୧୩୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା CSK ।