ମୁମ୍ବାଇ:ୱାଙ୍ଖଡ଼େ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲର 16ତମ ମୁକାବିଲା । ଚଳିତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ପ୍ରଦର୍ଶନ କରି ଅଜେୟ ରହିଛି । ସେପଟେ 3ଟି ମ୍ୟାଚରେ ଦୁଇଟ ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ବାଙ୍ଗାଲୋରର ବିଜୟ ଧାରାକୁ ରୋକିବାକୁ ଚାହିଁବ ରାଜସ୍ଥାନ ।
ୱାଙ୍ଖଡ଼େରେ ଖେଳାଯିବାକୁ ମ୍ୟାଚରେ ପୁଣି ଥରେ ଗ୍ଲେନ ମାକ୍ସୱେଲ ଓ ଏବି ଡିଭିଲିୟର୍ସଙ୍କ ଆକ୍ରାମକ ବ୍ୟାଟିଂ ଦେଖିବାକୁ ମିଳିପାରେ । ଦୁଇ ବ୍ୟାଟସମ୍ୟାନ ବର୍ତ୍ତମାନ ଭଲ ଫର୍ମରେ ରହିଛନ୍ତି । ସେପଟେ ଅଧିନାୟକ ବିରାଟ କୋହଲି ରାଜସ୍ଥାନ ବିପକ୍ଷରେ ଭଲ ବ୍ୟାଟିଂ କରିବାକୁ ଚେଷ୍ଟା କରିବେ । ପ୍ରଥମ ଦୁଇଟି ମ୍ୟାଚରେ କୋହଲି କେବଳ 33 ରନ କରିଥିଲେ । ଏହାପରେ ଶେଷ ମ୍ୟାଚରେ ସେ କେବଳ 5ରନ କରି ପାରିଥିଲେ । ରୟାଲ ଚ୍ୟାଲେଞ୍ଜର୍ଶ ବାଙ୍ଗାଲୋରକୁ ବଡ଼ ସ୍କୋର କରିବାରୁ ରୋକିବା ରାଜସ୍ଥାନ ରୟାଲ୍ସର ମୁଖ୍ୟ ଲକ୍ଷ୍ୟ ରହିବ ।
ରାଜସ୍ଥାନ ରୟାଲ୍ସ ଚଳିତ ସିଜିନରେ ଏତେଟା ଭଲ ବ୍ୟାଟିଂ ପ୍ରଦର୍ଶନ କରି ପାରିନାହିଁ । ପ୍ରଥମ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିବା ଅଧନାୟକ ସଞ୍ଜୁ ସାମସନ ଗତ ଦୁଇଟି ମ୍ୟାଚରେ ଖରାପ ସଟ ଖେଳି ନିଜ ୱିକେଟ ହରାଇଛନ୍ତି । ବାୟୋବବଲରୁ ଥକି ପଡ଼ିଥିବା କହି ଇଂଲିଶ ଅଲରାଉଣ୍ଡର ଲିଆମ ଲିବିଂଷ୍ଟୋନ ସ୍ବଦେଶ ଫେରିଛନ୍ତି । ଏହାପୂର୍ବରୁ ବେନ ଷ୍ଟୋକ୍ସ ମଧ୍ୟ ଆହତ ହୋଇ ଦଳ ଛାଡ଼ିଥିଲେ । ଆରସିବିର ବ୍ୟାଟିଂକୁ ରୋକିବାକୁ କ୍ରୀଶ ମୋରିସ ଓ ମୁସ୍ତାଫିଜୁର ରେହମାନଙ୍କୁ ଭଲ ବୋଲିଂ କରିବାକୁ ହେବ ।
ରୟାଲ ବାଙ୍ଗାଲୋର ଚ୍ୟାଲେଞ୍ଜର୍ସ ଦଳ