ମୁମ୍ବାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କୋଲକାତା ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ସେପଟେ ବାଙ୍ଗାଲୋର ପ୍ରଥମ ମ୍ୟାଚ୍ରେ ପଞ୍ଜାବଠୁ ହାରି ପଏଣ୍ଟ ଟେବୁଲ ଅଷ୍ଟମ ସ୍ଥାନରେ ରହିଛି ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜିର ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବ । ସେପଟେ କୋଲକାତା ମଧ୍ୟ ଆଜିର ମ୍ୟାଚ୍ରେ ବିଜୟ ହାସଲ କରି ନିଜର ଦବ୍ଦବା ବଜାୟ ରଖିବାକୁ ଚେଷ୍ଟା କରିବ । ଗତ ମ୍ୟାଚ୍ରେ ବାଙ୍ଗାଲୋର ବିଶାଳ ସ୍କୋର୍ କରି ମଧ୍ୟ ପରାଜିତ ହୋଇଥିଲା । ଆଜିର ମ୍ୟାଚ୍ରେ ଦଳ ବୋଲିଂ ଉପରେ ଅଧିକ ଫୋକସ କରିବାକୁ ଚେଷ୍ଟା କରିବ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ