ଓଡିଶା

odisha

ETV Bharat / sports

IPL 2022: ସାମସନଙ୍କ ଅର୍ଦ୍ଧଶତକ, କୋଲକାତା ଆଗରେ ୧୫୩ ରନ୍‌ ଟାର୍ଗେଟ - କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାତ ଅପଡେଟ

କ୍ୟାପଟେନ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ଆଗରେ ୧୫୩ ରନ୍‌ର ଟାର୍ଗେଟ ରଖିଲା ରାଜସ୍ଥାନ । ଅଧିକ ପଢନ୍ତୁ

IPL 2022: ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ, କୋଲକାତା ଆଗରେ ୧୫୩ ରନ୍‌ ଟାର୍ଗେଟ
IPL 2022: ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ, କୋଲକାତା ଆଗରେ ୧୫୩ ରନ୍‌ ଟାର୍ଗେଟ

By

Published : May 2, 2022, 9:53 PM IST

ମୁମ୍ବାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ହରାଇ ୧୫୨ ରନ୍‌ ସଂଗ୍ରହ କରିଛି ।

ଫଳରେ କୋଲକାତା ସାମ୍ନାରେ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । କ୍ୟାପଟେନ ସଞ୍ଜୁ ସାମସନ ସର୍ବାଧିକ ୫୪ ରନ୍‌ ସଂଗ୍ରହ କରିଛନ୍ତି । ସେ ୪୯ ବଲ୍‌ରେ ୭ଟି ଚୌକା ମାରିବା ସହ ଗୋଟିଏ ଛକା ମାରିଛନ୍ତି । ସଞ୍ଜୁଙ୍କ ପରେ ସିମ୍ରନ ହେଟମେୟର ସର୍ବାଧିକ ଗୋଟିଏ ଚୌକା ଓ ଛକା ସହ ୧୩ ବଲ୍‌ରେ ୨୭ ରନ୍‌ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଓପନର ବଟଲର ୨୫ ବଲ୍‌ରେ ବିନା ବାଉଣ୍ଡାରୀରେ ୨୨ ରନ୍‌ ଯୋଡ଼ିଛନ୍ତି ।

ରାଜସ୍ଥାନ ପ୍ରଥମ ୱିକେଟ ୨ ଓଭରରେ ହରାଇଥିବା ବେଳେ ଆଉଟ ହୋଇଥିଲେ ପଡିକ୍କଲ । ଏହାପରେ ୯ ଓଭର ଚାଲିଥିବା ବେଳେ ବଟଲର ଆଉଟ ହୋଇଥିଲେ । ଅନ୍ୟପଟେ କୋଲକାତା ବୋଲର ଟିମ ସାଉଦି ୪ ଓଭର ବୋଲିଂ କରି ୪୬ ରନ ଦେବା ସହ ସର୍ବାଧିକ ୨ ୱିକେଟ ହାସଲ କରିଛନ୍ତି । ଅନ୍ୟ ବୋଲର ଶିବମ ମାଭି, ଉମେଶ ଯାଦବ ଓ ଅନୁକୁଲ ରଏ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ ।

ABOUT THE AUTHOR

...view details