ଶାରଜାହ:ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ପଏଣ୍ଟ ଟେବୁଲର ସମାନ ସ୍ଥିତିରେ ରହିଛନ୍ତି । ଉଭୟ ଟିମ ୧୨ଟି ଲେଖାଏଁ ମ୍ୟାଚ୍ ଖେଳି ୧୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । ଫଳରେ ଆଜି ଶାରଜାହରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଟିମ ଓ ସଞ୍ଜୁ ସାମସନଙ୍କ ଟିମ ମଧ୍ୟରେ ପ୍ଲେ-ଅପ୍ ଆଶା ଉଜ୍ଜୀବିତ ରଖିବାକୁ ଲଢେଇ ହେବ ।
ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟରେ ଅଭିଯାନ ନିରାଶଜନକ ରହିଛି । ଶେଷ ୫ଟି ମୁକାବିଲାରୁ ୪ଟିରେ ଟିମକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଏକମାତ୍ର ବିଜୟ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମିଳିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲା ଟିମ ।
ରାଜସ୍ଥାନର ସ୍ଥିତି ମଧ୍ୟ ଅନୁରୂପ ରହିଛି । ସଞ୍ଜୁ ସାସମନଙ୍କ ନେତୃତ୍ବରେ ଟିମ ରୟାଲ ଖେଳିଥିବା ଶେଷ ୫ଟି ମ୍ୟାଚ୍ରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପ୍ଲେ-ଅଫ୍ ରେସ୍ରେ ନିଜକୁ ରଖିପାରିଛି ।
ରାଜସ୍ଥାନ ପକ୍ଷରୁ ଯୁବ ଓପନର ଜଶସ୍ବୀ ଜୟଶ୍ବାଲ(୫୦) ଓ ଶିବମ ଦୁବେ( ଅପରାଜିତ) ଲଢୁଆ ଇଂନିସ ଖେଳି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟିମକୁ ବିଜୟୀ କରାଇଥିଲେ ।