ଓଡିଶା

odisha

ETV Bharat / sports

ଆଇପିଏଲ 14: ପଏଣ୍ଟ ତାଲିକାର ଉପରକୁ ଉଠିବା ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍ସ

ଆଇପିଏଲ 2021ର 21ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଅଧିକ ପଢ଼ନ୍ତୁ...

ଆଇପିଏଲ 14: ପଏଣ୍ଟ ତାଲିକାର ଉପରକୁ ଉଠିବା ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍ସ
ଆଇପିଏଲ 14: ପଏଣ୍ଟ ତାଲିକାର ଉପରକୁ ଉଠିବା ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍ସ

By

Published : Apr 26, 2021, 5:40 PM IST

ଗାନ୍ଧୀନଗର:ଆଇପିଏଲ 2021ର 21ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେବ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ବର୍ତ୍ତମାନ ସୁଦ୍ଧା 5ଟି ମ୍ୟାଚରୁ 4ଟି ମ୍ୟାଚ ହାରି ପଏଣ୍ଟ ତାଲିକାର ସର୍ବନିମ୍ନରେ ରହିଛି କୋଲକାତା ନାଇଟ ରାଇଡର୍ସ । ସେପଟେ 5ଟି ମ୍ୟାଚରୁ 2ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗ୍ସ ।

ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ 9 ୱିକେଟରେ ହରାଇଥିଲା ପଞ୍ଜାବ କିଙ୍ଗ୍ସ । ସେପଟେ କୋଲକାତା ନାଇଟ ରାଇଡର୍ସ ଗତ ମ୍ୟାଚରେ ରାଜସ୍ଥାନ ରୟାଲ୍ସଠାରୁ 6 ୱିକେଟରେ ପରାସ୍ତ ହୋଇଥିଲା । ମଧ୍ୟକ୍ରମ ବ୍ୟାଟିଂ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ମଧ୍ୟକ୍ରମର ବ୍ୟାଟିଂ ବିଫଳତା ଯୋଗୁଁ କୋଲକାତା ବଡ଼ ସ୍କୋର କରିବାରେ ବିଫଳ ହୋଇଛି । ଅଧିନାୟକ ଇଅନ ମୋର୍ଗାନ ଭଲ ପ୍ରଦର୍ଶନ କରି ପାରୁନାହାନ୍ତି। 5ଟି ମ୍ୟାଚରେ ସେ କେବଳ 45 ରନ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ଖାଲି ବ୍ୟାଟିଂ ନୁହେଁ ଦଳର ବୋଲର ମଧ୍ୟ ଲୟରେ ନଥିବା ଦେଖା ଦେଇଛି । ପ୍ୟାଟ କମିନ୍ସ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ସ୍ଥାନରେ ଲକି ଫର୍ଗୁସନ ଦଳରେ ସାମିଲ ହୋଇ ପାରନ୍ତି ।

ସେପଟେ ବିଜୟ ଧାରାକୁ ଫେରିବା ପରେ ପଞ୍ଜାବ କିଙ୍ଗ୍ସର ମନୋବଳ ସୁଦ୍ରୁଢ଼ ରହିଛି । ପଞ୍ଜାବ ବୋଲର ପ୍ରତିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି । ତେବେ ବ୍ୟାଟ୍ସମ୍ୟାନଙ୍କୁ ନେଇ ଚିନ୍ତାରେ ରହିଛି ଦଳ । କୌଣସି ବ୍ୟାଟସମ୍ୟାନ ନିରନ୍ତର ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ମୟଙ୍କ ଅଗ୍ରୱାଲ ଓ କ୍ରୀଶ ଗେଲ ଫର୍ମକୁ ଫେରିବା ପରେ ଦଳରେ ବ୍ୟାଟିଂ କ୍ରମ ମଝବୁତ ହେବାନେଇ ଆଶା କରାଯାଉଛି । ଅଧିନାୟକ କେ.ଏଲ ରାହୁଲ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ବୋଲିଂ ବିଭାଗରେ ରବି ବିଷ୍ଣୋଇ ସାମିଲ ହେବାପରେ ଦଳକୁ ଫାଇଦା ହୋଇଛି । ମହମ୍ମଦ ସାମି ଡେଥ ଓଭରରେ ଭଲ ବୋଲିଂ କରିଛନ୍ତି । ଆଜିର ମ୍ୟାଚରେ କିଏ ବାଜିମାତ କରୁଛି ତାହା ଉପରେ ସଭିଙ୍କ ନଜର ରହିବ ।

କୋଲକାତା ନାଇଟ ରାଇଡର୍ସ ଦଳ

ଇଅନ ମୋର୍ଗାନା (ଅଧିନାୟକ), ଶୁଭମନ ଗିଲ, ନୀତିଶ ରାଣା, ଟିମ ସେଫର୍ଟ, ରାହୁଲ ତ୍ରୀପାଠି, ରିଙ୍କୁ ସିଂ, ଦିନେଶ କାର୍ତ୍ତିକ (ୱିକେଟ କିପର), ଆନ୍ଦ୍ରେ ରସେଲ, ସୁନିଲ ନାରିନ, ବରୁଣ ମାଭି, କୂଳଦୀପ ଯାଦବ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ, କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିଅର, ପ୍ରସିଦ୍ଧ କୃଷ୍ଣା, ସାକିବ ଅଲ-ହାସନ, ସେଲଡନ ଜ୍ୟାକସନ, ବୈଭବ ଅରୋଡା, କରୁଣ ନାୟାର, ହରଭଜନ ସିଂହ, ବେନ କଟିଙ୍ଗ, ଭେଙ୍କଟେସ ଆୟର ଓ ପବନ ନେଗୀ ।

ପଞ୍ଜାବ କିଙ୍ଗ୍ସ ଦଳ

କେ.ଏଲ୍ ରାହୁଲ (ଅଧିନାୟକ/ ୱିକେଟ କିପର), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ, ମନଦୀପ ସିଂ, ପ୍ରଭାସୀମରନ୍ ସିଂ, ନିକୋଲାସ୍ ପୁରାନ୍, ସରଫରାଜ ଖାନ୍, ଡିପେନ୍ଦ୍ର ହୁଡା, ମୁରୁଗାନ୍ ଅଶ୍ବିନ୍, ରବି ବିଷ୍ଣୁୋଇ, ହରପ୍ରୀତ ବରାଡ଼, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ ଜୋର୍ଡାନ, ଡେଭିଡ ମଲାନ, ଜାଏ ରିଚାର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇସେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କଳ ସିଂ, ଫୈବିୟନ ଆଲେନ ଓ ସୌରଭ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details