ଓଡିଶା

odisha

ETV Bharat / sports

ତାଲିକାର ପଞ୍ଚମରେ ପହଞ୍ଚିଲା ପଞ୍ଜାବ, ମୁମ୍ବାଇ 9 ୱିକେଟରେ ପରାଜିତ

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିପୁଳ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ଆଇପିଏଲର ଏହି 17ତମ ମ୍ୟାଚକୁ 9 ୱିକେଟରେ ଜିତି ନେଇଛି ପଞ୍ଜାବ କିଙ୍ଗ୍ସ। ଅଧିକ ପଢ଼ନ୍ତୁ...

By

Published : Apr 24, 2021, 10:59 AM IST

ଆଇପିଏଲ 14: ମୁମ୍ବାଇ ଇଣ୍ଡିଆନ୍ସକୁ 9 ୱିକେଟରେ ହରାଇଲା ପଞ୍ଜାବ କିଙ୍ଗ୍ସ
ଆଇପିଏଲ 14: ମୁମ୍ବାଇ ଇଣ୍ଡିଆନ୍ସକୁ 9 ୱିକେଟରେ ହରାଇଲା ପଞ୍ଜାବ କିଙ୍ଗ୍ସ

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିପୁଳ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ଆଇପିଏଲର ଏହି 17ତମ ମ୍ୟାଚକୁ 9 ୱିକେଟରେ ଜିତି ନେଇଛି ପଞ୍ଜାବ କିଙ୍ଗ୍ସ। ଲଗାତାର ତିନୋଟି ମ୍ୟାଚ ହାରିବା ପରେ ଶେଷରେ ଦଳ ବିଜୟର ସ୍ବାଦ ପାଇ ପାରିଛି। ମାତ୍ର 17 ଓଭର 4ଟି ବଲରେ ପଞ୍ଜାବ କିଙ୍ଗ୍ସ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ। ସେପଟେ ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମାଙ୍କ ଛଡ଼ା ଆଉ କୌଣସି ବ୍ୟାଟସମ୍ୟାନ ଭଲ ବ୍ୟାଟିଂ କରି ପାରିନଥିଲେ।

132 ରନ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗ୍ସକୁ ଭଲ ଆରମ୍ଭ ମିଳିଥିଲା। ଓପନର ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ 53 ରନ ଭାଗିଦାରୀ ହୋଇଥିଲା। ଏହାପରେ ଅଷ୍ଟମ ଓଭରରେ ରାହୁଲ ଚହରଙ୍କ ଶିକାର ହୋଇଥିଲେ ମୟଙ୍କ ଅଗ୍ରୱାଲ। ସେ 25 ରନ କରି ଫାଭେଲିୟନ ଫେରିଥିଲେ। ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ କ୍ରୀଶ ଗେଲ।

କେଏଲ ରାହୁଲଙ୍କ 60 ରନ ଓ କ୍ରୀଶ ଗେଲଙ୍କ ଦମଦାର 43 ରନ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇଥିଲା ପଞ୍ଜାବ କିଙ୍ଗ୍ସ। ପଞ୍ଜାବ କିଙ୍ଗ୍ସର ୱିକେଟ ନେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ବୋଲରଙ୍କ ସମସ୍ତ କୌଶଳ ଫେଲ ମାରିଥିଲା।

ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ , ପଞ୍ଜାବ ସାମ୍ନାରେ 132 ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। କେବଳ ଅଧିନାୟକ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇ ପାରିଥିଲେ । ସେ 52 ବଲ୍‌ରୁ 5ଚୌକା ଓ 2ଟି ଛକା ସହାୟତାରେ 63 ରନ୍‌ର ଇଂନିସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ 33 ଓ କିରଣ ପୋଲାର୍ଡ 16 ରନ୍‌ର ଇଂନିସ ଖେଳିଛନ୍ତି । ତେବେ ଅନ୍ୟ କୌଣସି ମୁମ୍ବାଇ ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ସଫଳ ହୋଇପାରିନଥିଲେ ।

ପଞ୍ଜାବ କିଙ୍ଗ୍ସ ଏହି ମ୍ୟାଚରେ ବିଜୟ ହାସଲ କରିବା ପରେ ପଏଣ୍ଟ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ମୁମ୍ବାଇ ବର୍ତ୍ତମାନ ବି ଚତୁର୍ଥ ସ୍ଥାନରେ ରହିଛି। ଲଗାତାର 4ଟି ମ୍ୟାଚ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଲିକାର ଶୀର୍ଷରେ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details