ଚେନ୍ନାଇ: ହାଇଦ୍ରାବାଦ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି ନିର୍ଦ୍ଧାରିତ 20 ଓଭରରେ ମାତ୍ର 120 ରନ ଅଲ ଆଉଟ ହୋଇଛି ଦଳ । ମ୍ୟାଚ ଆରମ୍ଭରୁ ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ଆକ୍ରମଣରେ ଘାଇଲା ହୋଇଥିଲା ପଞ୍ଜାବ । ଦଳୀୟ ସ୍କୋର ମାତ୍ର 15 ରନ ହୋଇଥିବା ଅଧିନାୟକ କେଏଲ ରାହୁଲଙ୍କୁ ୱିକେଟ ହରାଇ ଥିଲା ଦଳ । ଏହାପରେ ମୟଙ୍କ ଅଗ୍ରୱାଲ ଓ କ୍ରିଶ ଗେଲ କିଛି ସମୟ ଭାଗିଦାରୀ କରିଥିଲେ । ତେବେ ସେହି ସମୟରେ ରାଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ ମୟଙ୍କ ଅଗ୍ରୱାଲ । ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ଓ ଶାହାରୁଖ ଖାନ ସର୍ବାଧିକ 22 ରନ ଲେଖାଏଁ କରିଛନ୍ତି ।
ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ନିୟମିତ ଭାବରେ ୱିକେଟ ହରାଇବାରୁ ଦଳ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି । ସେପଟେ ସନ ରାଇଜର୍ସ ହାଇଦ୍ରାବାଦ ଦଳ ଦମଦାର ବୋଲିଂ କରିଛି । ଦଳ ପକ୍ଷରୁ ଖଲିଲ ଅହମ୍ମଦ ସର୍ବାଧିକ 3ଟି ୱିକଟେ ନେଇଛନ୍ତି । ସେହିଭଳି ଅଭିଶେକ ଶର୍ମା ଗୁରୁତ୍ବପୂର୍ଣ୍ଣ ଦୁଇଟି ୱିକେଟ ନେଇଛନ୍ତି । ଭୁବନେଶ୍ବର କୁମାର, ସିଦ୍ଧାର୍ଥ କାଉଲ ଓ ରାଶିଦ ଖାନ ଯଥାକ୍ରମେ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ଦଳ ଏହି ପିଚ ଉପରେ କିଭଳି ବ୍ୟାଟିଂ କରୁଛି ତାହାରି ସଭିଙ୍କ ନଜର ରହିବ । ଓପନିଂ ଯୋଡ଼ି ଏହି ଇନିଂଶ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବେ ।
ସନରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ