ଓଡିଶା

odisha

By

Published : Apr 1, 2022, 4:56 PM IST

ETV Bharat / sports

IPL 2022: ସପ୍ତମ ମ୍ୟାଚ୍ ପରେ ଶୀର୍ଷରେ ରାଜସ୍ଥାନ, ଶେଷରେ ହାଇଦ୍ରାବାଦ

ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଆଇପିଏଲ ଇତିହାସରେ ଏହା ପ୍ରଥମ ଥର CSK ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଅଧିକ ପଢନ୍ତୁ

POINT TABLE POSITION AFTER 7TH MATCH IN IPL 2022
IPL 2022: ସପ୍ତମ ମ୍ୟାଚ୍‌ ପରେ ଶୀର୍ଷରେ ରାଜସ୍ଥାନ, ଶେଷରେ ହାଇଦ୍ରାବାଦ

ହାଇଦ୍ରାବାଦ:ଇଣ୍ଡିଆନ ପ୍ରିମିୟର ଲିଗ(IPl)ରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ(CSK)କୁ ହରାଇ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ(LSG) ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି । ଲକ୍ଷ୍ନୌ ଟିମ ପ୍ରଥମ ପାଇଁ ଆଇପିଏଲରେ ଖେଳୁଛି ଓ ଏହା ଟିମର ପ୍ରଥମ ବିଜୟ ଥିଲା । ଏହି ମ୍ୟାଚ୍‌ ପରେ ପଏଣ୍ଟ ତାଲିକାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଆଇପିଏଲ ପଏଣ୍ଟ ଟେବୁଲ

ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ଏବେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଯାଇଛି । ଅନ୍ୟପଟେ ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ତାଲିକାର ଅଷ୍ଟମ ସ୍ଥାନରେ ରହିଛି । ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ହୋଇଛି, ଯେ CSK ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛି ।

ପଏଣ୍ଟ ଟେବୁଲରେ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ରହିଛି । ରାଜସ୍ଥାନ ଗୋଟିଏ ହିଁ ମ୍ୟାଚ୍‌ ଖେଳିଛି ଓ ଦୁଇ ପଏଣ୍ଟ ହାସଲ କରିଛି । ତେବେ ସନରାଇଜର୍ସ ହାଇଦ୍ରାବାଦ ଟିମ ପଏଣ୍ଟ ଟେବୁଲର ସବୁଠୁ ଶେଷରେ ରହିଛି । ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍‌ ରହିଛି । ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜାଙ୍କ ପରି ଷ୍ଟାର ଖେଳାଳିଥିବା ଆଇପିଏଲ ଇତିହାସର ଦ୍ବିତୀୟ ସଫଳତମ ଟିମ ଚେନ୍ନାଇ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ପରାଜୟର ମୁହଁ ଦେଖିବା ସହ ଅଷ୍ଟମ ସ୍ଥାନରେ ରହିଛି । କେନ ୱିଲିୟମସଙ୍କ ନେତୃତାଧିନ ହାଇଦ୍ରାବାଦ ୧୦ମ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details