ମୁମ୍ବାଇ:ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଘାରିଲା କୋରୋନା ଭୟ । ଦିଲ୍ଲୀ କ୍ୟାପିଟାଲ୍ସର ପୁଣି ଜଣେ ବିଦେଶୀ ଖେଳାଳି ସଂକ୍ରମିତ ଚିହ୍ନଟ ହେବାପରେ ଋଷଭ ପନ୍ତଙ୍କ ନେତୃତାଧୀନ ଟିମ, ସୋମବାର ଥିବା ପୁନେ ଯାତ୍ରାକୁ ସ୍ଥଗିତ କରିଛି । ଏଥିସହ ସଂପୂର୍ଣ୍ଣ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ବାଡ୍ କ୍ବାରେଣ୍ଟିନରେ ରହିଛନ୍ତି । ସୂଚନା ଅନୁଯାୟୀ, ଟିମର ସମସ୍ତ ସଦସ୍ୟ ନିଜ ରୁମରେ କ୍ବାରେଣ୍ଟିନରେ ରହିବେ ଓ ଆଜି(ସୋମବାର) ଓ ଆସନ୍ତାକାଲି ଡୋର୍ ଟୁ ଡୋର୍ COVID-19 ଟେଷ୍ଟ ହେବ ।
ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ୍ ଫରହାର୍ଟ ପୂର୍ବରୁ COVID-19 ପଜିଟିଭ ଚିହ୍ନଟ ପରେ ଆଇସୋଲେସନରେ ରହିଛନ୍ତି । ତେବେ ବର୍ତ୍ତମାନ ଟିମର ଜଣେ ଖେଳାଳି ଓ ଅନ୍ୟ ଜଣେ ସଦସ୍ୟଙ୍କ ରିପୋର୍ଟ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଥିବା ଜଣାପଡିଛି । ମାତ୍ର RT-PCR ଟେଷ୍ଟର ଫଳାଫଳକୁ ଅପେକ୍ଷା ରହିଛି ।