ଓଡିଶା

odisha

ETV Bharat / sports

IPL 2022: ଟସ୍‌ ଜିତିଲେ ରୋହିତ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ର 23ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ୍‌ ମଧ୍ୟରେ ଲଢ଼େଇ ହେବ । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢ଼ନ୍ତୁ

By

Published : Apr 13, 2022, 7:11 PM IST

Updated : Apr 13, 2022, 7:23 PM IST

IPL 2022: ଟସ୍‌ ଜିତିଲେ ରୋହିତ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ
IPL 2022: ଟସ୍‌ ଜିତିଲେ ରୋହିତ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ର 23ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ୍‌ ମଧ୍ୟରେ ଲଢ଼େଇ ହେବ । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ପଞ୍ଜାବ କିଙ୍ଗ୍‌ସ୍‌ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇଛି । ମହାରାଷ୍ଟ୍ରର ଏମ୍‌ସିଏ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି ।

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରମନଦୀପଙ୍କ ସ୍ଥାନରେ ଫାଷ୍ଟ ବୋଲର ଟାଇମାଲ ମିଲ୍‌ସ୍‌ ସାମିଲ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବାକୁ ଚେଷ୍ଟା କରିବ । ସେପଟେ ପଞ୍ଜାବ କିଙ୍ଗ୍‌ସ୍‌ ୪ଟି ମ୍ୟାଚ ମଧ୍ୟରୁ ଦୁଇଟିରେ ବିଜୟ ହାସଲ କରିଥିବା ବେଳେ ଦୁଇଟିରେ ପରାଜୟ ସ୍ବୀକାର କରି ସପ୍ତମ ସ୍ଥାନରେ ରହିଛି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ସର୍ବଶେଷରେ ରହିଛି ।

ପଞ୍ଜାବ କିଙ୍ଗ୍‌ସ୍‌ ଚୂଡ଼ାନ୍ତ ଏକାଦଶ

ମାୟଙ୍କ ଅଗ୍ରୱାଲ (ଅଧିନାୟକ ), ଶିଖର ଧାୱନ, ଜନି ବେୟାରଷ୍ଟୋ, ଲିଆମ୍ ଲିଭିଂଷ୍ଟୋନ୍, ଜିତେଶ ଶର୍ମା, ଓଡିନ୍ ସ୍ମିଥ୍, ଶାହାରୁଖ ଖାନ, କାଗିସୋ ରାବାଡା, ରାହୁଲ ଚହର, ବୈଭବ ଅରୋରା, ଅର୍ଶଦୀପ ସିଂ

ମୁମ୍ବାଇ ଇଣ୍ଡିଆନ୍ସ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଈଶାନ କିଷନ, ଡିୱାଲ୍ଡ ବ୍ରେଭିସ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କୈରନ ପୋଲାର୍ଡ, ଜୟଦେବ ଉନଦକଟ, ମୁରୁଗନ ଅଶ୍ବିନ, ଜଶପ୍ରୀତ ବୁମ୍‌ରା, ଟାଇମଲ ଇମାଲ ମିଲ୍‌ସ୍‌ , ବେସିଲ ଥାମ୍ପି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2022, 7:23 PM IST

ABOUT THE AUTHOR

...view details