ଓଡିଶା

odisha

ETV Bharat / sports

ଆଇପିଏଲ 2021: କେକେଆରକୁ 10 ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ 2021ର ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇର ଶାଣିତ ବୋଲିଂ ଆଗରେ ଫିକା ପଡିଯାଇଛି କୋଲକାତାର ମିଡିଲ ଅର୍ଡର ବ୍ୟାଟିଂ । ମୁମ୍ବାଇ ଇଣ୍ଡିଆନ୍ସର 152 ରନର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭର 142 ରନ କରି 10 ରନରେ ପରାଜିତ ହୋଇଛି କୋଲକାତା ନାଇଟ ରାଇଡର୍ସ। ଅଧିକ ପଢନ୍ତୁ...

By

Published : Apr 14, 2021, 7:09 AM IST

Mumbai indians beat Kolkata knight riders
ଆଇପିଏଲ 2021: କେକେଆରକୁ 10 ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: ଆଇପିଏଲର ପଞ୍ଚମ ମ୍ୟାଚରେ କୋଲକାତାକୁ ମାତ ଦେଇଛି ମୁମ୍ବାଇ । ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇର ଶାଣିତ ବୋଲିଂ ଆଗରେ ଫିକା ପଡିଯାଇଛି କୋଲକାତାର ମିଡିଲ ଅର୍ଡର ବ୍ୟାଟିଂ । ମୁମ୍ବାଇ ଇଣ୍ଡିଆନ୍ସର 152 ରନର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭର 142 ରନ କରି 10 ରନରେ ପରାଜିତ ହୋଇଛି କୋଲକାତା ନାଇଟ ରାଇଡର୍ସ।

ଆଇପିଏଲ 2021: କେକେଆରକୁ 10 ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ 56 ରନ କରି ଅର୍ଧଶତକ ହାସଲ କରିଥିବାବେଳେ ଅଧିନାୟକ ରୋହିତ ଶର୍ମା 43 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟସମ୍ୟାନ ବେଶି ତିଷ୍ଟି ପାରିନଥିଲେ । କେକେଆର ପକ୍ଷରୁ ଆନ୍ଦ୍ରେ ରୋସେଲ 2 ଓଭରରେ 15 ରନ ବ୍ୟୟ କରି 5 ୱିକେଟ ହାସଲ କରିଥିଲେ । ଶେଷରେ ମୁମ୍ବାଇ ନିର୍ଦ୍ଧାରିତ 20 ଓଭରରେ 152 ରନ କରିବାକୁ ସକ୍ଷମ ହୋଇଥିଲା ।

ଆଇପିଏଲ 2021: କେକେଆରକୁ 10 ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସର 153 ରନକୁ ପିଛା କରି ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା କେକେଆର । ଗତ ମ୍ୟାଚରେ ଧୂଆଁଧାର ଇନିଂସ ଖେଳିଥିବା ଓପନର ନୀତିଶ ରାଣାଙ୍କ ସହ ଶୁଭମନ ଗିଲ ଦଳକୁ ଭଲ ଆରମ୍ଭ ଦେଇଥିଲେ । ନୀତିଶ ରାଣା 57 ରନର ପୁଣି ଏକ ଅର୍ଧଶତକୀୟ ଇନିଂସ ଖେଳିଥିଲେ । ଶୁଭମନ ଗିର 33 ରନ କରିଥିଲେ । ଦୁହେଁ ମୁମ୍ବାଇ ବୋଲରଙ୍କୁ ଜୋରଦାର ମୁକାବିଲା କରି ପ୍ରଥମ ୱିକେଟ ପାଇଁ 72 ଯୋଡିଥିଲେ । ଦୁହେଁ ଆରମ୍ଭରୁ ଭଲ ବ୍ୟାଟିଂ କରି ଏକ ନିଶ୍ଚିତ ବିଜୟ ସୁଯୋଗ ସୃଷ୍ଟି କରିଥିଲେ । ସେପଟେ କିନ୍ତୁ ମୁମ୍ବାଇ ଲେଗ ସ୍ପିନର ରାହୁଲ ଚହର ଚମତ୍କାର ବୋଲିଂ କରି ମାତ୍ର 27 ରନ ବିନିମୟରେ 4 ୱିକେଟ ନେଇ କୋଲକାତାର ବ୍ୟାଟିଂ ଲାଇନଅପକୁ ଭାଙ୍ଗି ଦେଇଥିଲେ । ଶେଷ ପାଞ୍ଚ ଓଭରରେ ଚମତ୍କାର ବୋଲିଂ କରି ମ୍ୟାଚରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ରାହୁଲ ଚହରଙ୍କୁ ଏହି ମ୍ୟାଚରେ ମ୍ୟାନ ଅଫଦି ମ୍ୟାଚ ଘୋଷଣା କରାଯାଇଛି ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ 152 ( ସୂର୍ଯ୍ୟକୁମାର ଯାଦବ 56, ରୋହିତ ଶର୍ମା 43, ଆନ୍ଦ୍ରେ ରୋସେଲ 5/15 )

କେକେଆର 142/7 ( ନୀତିଶ ରାଣା57, ଶୁଭମନ ଗିଲ 33, ରାହୁଲ ଚହର 4/27 )

For All Latest Updates

ABOUT THE AUTHOR

...view details