ନୂଆଦିଲ୍ଲୀ: ପାଞ୍ଚଥର ଆଇପିଏଲ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଣ୍ଠୁରେ ସମସ୍ୟା ଦେଖା ଦେଇଛି । ଆଣ୍ଠୁ ସମସ୍ୟା ପାଇଁ ହୁଏତ ଏମଏସଡି ଜଲଦି ଅବସର ନେଇପାରନ୍ତି । ଅବଶ୍ୟ ଅବସର ନେଇ 8ରୁ 9 ମାସ ସମୟ ନେବା କଥା ଧୋନୀ କହିଥିବା ପରେ ବି ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ମହେନ୍ଦ୍ର ସିଂହ ଧୋନୀଙ୍କ ଆଣ୍ଠୁରେ ସମସ୍ୟା ଓ ଅବସର ନେଇ ସିଏସଏକ ସିଇଓ କାଶୀ ବିଶ୍ବନାଥ ବଡ ଖୁଲାସା କରିଛନ୍ତି । ଏମଏସଡି ତାଙ୍କ ଆଣ୍ଠୁ ସମସ୍ୟା ନେଇ ମୁମ୍ବାଇ ସ୍ଥିତ ସ୍ପୋର୍ଟସ ଅର୍ଥପେଡିକ୍ସଙ୍କ ସହ ଆଲୋଚନା କରିବେ ଏହା ପରେ ସେ ଅବସର ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସିଏସକେ ସିଇଓ ।
ଧୋନୀଙ୍କ ଆଣ୍ଠୁରେ ସମସ୍ୟା ନେଇ ସିଏସକେ ସିଇଓ କହିଛନ୍ତି,'' ବାମ ଆଣ୍ଠୁରେ ସମସ୍ୟା ସତ୍ତ୍ବେ ଧୋନୀ ଚଳିତ ଆଇପିଏଲର 16ତମ ସଂସ୍କରଣର ସମସ୍ତ ମ୍ୟାଚ ଖେଳିଛନ୍ତି । ୱିକେଟ କିପିଙ୍ଗ ସମୟରେ ମଧ୍ୟ ଏକଦମ ସୁସ୍ଥ ଦେଖାଯାଉଥିଲେ । ବେଳେବେଳେ 8 ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିଲେ । ୱିକେଟ ମଝିରେ ଦୌଡିବା ସମୟରେ ଆଣ୍ଠୁରେ ସମାନ୍ୟ ସମସ୍ୟା ଥିବା ଦେଖିବାକୁ ମିଳିଥିଲା । ଆଣ୍ଠୁରେ ସମସ୍ୟା ପରେ ବି ସେ ଗୋଟିଏ ବି ମ୍ୟାଚ ମିସ କରିନଥିଲେ । ପୂରା ସିଜନ ଖେଳିବା ସହିତ ଦଳକ ପଞ୍ଚମ ଥର ଚମ୍ପିଆନ କରାଇଥିଲେ । ଆଣ୍ଠୁ ସମସ୍ୟା ନେଇ ମୁମ୍ବାଇ ସ୍ଥିତ ସ୍ପୋର୍ଟସ ଅର୍ଥପେଡିକ୍ସଙ୍କ ସହ ଆଲୋଚନା କରିବେ ଏହା ପରେ ସେ ଅବସର ନେଇ ନିଷ୍ପତ୍ତି ନେବେ ।''
ସେ ଆହୁରି କହିଛନ୍ତି, '' ହଁ ଆଣ୍ଠୁ ସମସ୍ୟା ନେଇ ଧୋନୀ ଡାକ୍ତରଙ୍କ ପରାମର୍ଶ ନେବେ । ଯଦି ସର୍ଜରୀ ଦରକାର ପଡେ ତେବେ ତାହା ମଧ୍ୟ ହେବ । ଏ ସବୁ ରିପୋର୍ଟ ଉପରେ ନିର୍ଭର କରୁଛି ଏହା ପରେ ଧୋନୀ ନିଷ୍ପତ୍ତି ନେବେ । ଆସନ୍ତା ସଂସ୍କରଣରେ ଧୋନୀ ନ ଖେଳିବା ନେଇ କିଛି ନିଷ୍ପତ୍ତି ନେଇଛନ୍ତି କି, ଅକ୍ସନ ପୂର୍ବରୁ ସେ ସିଏସକେଠୁ ନେଇଥିବା 15 କୋଟି ଛାଡିବାକୁ କହିଛନ୍ତି ପ୍ରଶ୍ନରେ ସିଇଓ କହିଛନ୍ତି, ସତରେ କହିବାକୁ ଗଲେ ଆମେ ଏ ବିଷୟ କିଛି ଭାବିନାହୁଁ । ଏହା ସମ୍ପୂର୍ଣ୍ଣ ଧୋନୀଙ୍କ ନିଷ୍ପତ୍ତି ହେବ । ମୁଁ କହିବାକୁ ଚାହୁଁଛି କି ସିଏକରେ ଏହି ଚିନ୍ତା କେବେ ହେଲେ କରି ନଥାଉ ।