ମୁମ୍ବାଇ(ମହାରାଷ୍ଟ୍ର): ମହେନ୍ଦ୍ର ସିଂହ ଧୋନି ନିଜ କ୍ରିକେଟ କ୍ୟାରିୟରରେ ରବିବାର ଆଉ ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି । ରୋହିତ ଶର୍ମାଙ୍କ ପରେ ଦ୍ବିତୀୟ ଭାରତୀୟ କ୍ରିକେଟର ଭାବେ ୩୫୦ ଟି୨୦ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି ଧୋନି । ରବିବାର ମୁମ୍ବାଇର ବ୍ରାବୋର୍ନୋ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଏକାଦଶତମ ମ୍ୟାଚ୍ରେ ଏହି ବିରଳ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଧୋନି ।
୩୭୨ ମ୍ୟାଚ୍ ସହ ରୋହିତ ଶର୍ମା ସର୍ବାଧିକ ଟି୨୦ ମ୍ୟାଚ୍ ଖେଳିବା ତାଲିକାର ଶୀର୍ଷରେ ରହିଛନ୍ତି । ସେହିପରି ପୂର୍ବତନ ଭାରତୀୟ ତଥା CSK ଖେଳାଳି ସୁରେଶ ରାଇନା ୩୩୬ ଟି୨୦ ମ୍ୟାଚ୍ ଖେଳିଛନ୍ତି ।