ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ହଟିଲେ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ। ରାଜସ୍ଥାନ ରୟାଲ୍ସ କୋଚିଂ ଟିମକୁ ନେଇ ସନ୍ତୁଷ୍ଟ ନଥିଲେ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ। ଏହାପରେ ଟିମ ମ୍ୟାନେଜମେଣ୍ଟ ସହ ଆପୋଷ ବୁଝାମଣା ପରେ ସେ ଏହି ଦାୟିତ୍ବରୁ ଓହରି ଯାଇଛନ୍ତି। ଏହାକୁ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି।
ଟ୍ରେଭର ପେନି ରାଜସ୍ଥାନ ରୟାଲ୍ସର ମୁଖ୍ୟ ସହକାରୀ ଭାବରେ ଯୋଗ ଦେଇଛନ୍ତି। କ୍ରିକେଟର ପରିଚାଳନା ନିର୍ଦ୍ଦେଶକ କୁମାର ସାଙ୍ଗାକାରଙ୍କ ନେତୃତ୍ବରେ କୋଚିଂ ଦଳ ଗଠନ କରୁଛି ରାଜାସ୍ଥାନ ରାୟଲ୍ସ। କୋଚିଂ ଟିମରେ ସାଇରାଜ ବାହାତୁଲେ ସ୍ପିନ ବୋଲିଂ କୋଚ ଦାୟିତ୍ବରେ ରହିଥିବା ବେଳେ ରବ କାସେନ ଫାଷ୍ଟ ବୋଲିଂ କୋଚ ଦାୟିତ୍ବରେ ରହିଛନ୍ତି। ସେହିଭଳି ଦିଶାନ୍ତ ୟାଗ୍ନିକଙ୍କୁ ଫିଲ୍ଡଂ କୋଚ ଦାୟିତ୍ବ ଦିଆଯାଇଛି। ସଞ୍ଜୁ ସାମସନଙ୍କ ଅଧିନାୟିତ୍ବରେ ରାଜସ୍ଥାନ ରୟାଲ୍ସ 2021 ଆଇପିଏଲରେ ପଡ଼ିଆକୁ ଓହ୍ଲାଇବ। ଦଳରେ ବେନ ଷ୍ଟୋକ୍ସ ଓ ଜୋଶ ବଟଲର ଭଳି ଖେଳାଳି ସାମିଲ ରହିଛନ୍ତି।