ଓଡିଶା

odisha

ETV Bharat / sports

48 ବର୍ଷରେ କ୍ରିକେଟ ଜଗତର ମହାନାୟକ, କରିଛନ୍ତି ଅନେକ ବିଶ୍ବ କିର୍ତ୍ତୀମାନ - ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ

48 ବର୍ଷରେ ପାଦ ଥାପିଲେ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଟେଷ୍ଟ ଓ ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ସଚିନ ରମେଶ ତେନ୍ଦୁଲକର। ଅଧିକ ପଢ଼ନ୍ତୁ...

48 ବର୍ଷରେ କ୍ରିକେଟ ଜଗତର ମହାନାୟକ, କରିଛନ୍ତି ଅନେକ ବିଶ୍ବ କିର୍ତ୍ତୀମାନ
48 ବର୍ଷରେ କ୍ରିକେଟ ଜଗତର ମହାନାୟକ, କରିଛନ୍ତି ଅନେକ ବିଶ୍ବ କିର୍ତ୍ତୀମାନ

By

Published : Apr 24, 2021, 10:17 AM IST

Updated : Apr 24, 2021, 10:24 AM IST

ମୁମ୍ବାଇ: 48 ବର୍ଷରେ ପାଦ ଦେଲେ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଟେଷ୍ଟ ଓ ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ସଚିନ ରମେଶ ତେନ୍ଦୁଲକର । 24 ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ସେ 200ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ 463ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୧୯୭୩ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ ।

ଟେଷ୍ଟ କ୍ୟାରିଅରରେ ସେ 15 ହଜାର 921 ରନ କରିଥିବା ବେଳେ ଦିନିକିଆ କ୍ରିକେଟରେ ବିଶ୍ବରେ ସର୍ବାଧିକ 18 ହଜାର 426 ରନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଏକ ମାତ୍ର ବ୍ୟାଟସମ୍ୟାନ ଭାବରେ ସେ 100ଟି ଶତକ ହାସଲ କରିଛନ୍ତି । 2012 ମସିହାରେ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ବିପକ୍ଷରେ ସେ 100ତମ ଶତକ ହାସଲ କରିଥିଲେ ।

ଖାଲି ସେତିକି ନୁହେଁ ବିଶ୍ବର ପ୍ରଥମ ବ୍ୟାଟସମ୍ୟାନ ଭାବରେ ସେ ଦିନିକିଆ କ୍ରିକେଟରେ ଦ୍ବିଶତକ ହାସଲ କରିବାକୁ ସକ୍ଷମ ହୋଇଥିଲେ । 2010 ମସିହା ଫେବ୍ରୁଆରୀ 24 ତାରିଖରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଏହି କିର୍ତ୍ତୀମାନ ନିଜ ନାମରେ କରାଇଥିଲେ। ମଧ୍ୟପ୍ରଦେଶର ଗ୍ବାଲିୟର କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଇଥିଲା ।

ମୁମ୍ବାଇ ସହରରେ ଜନ୍ମ ନେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର 1989 ମସିଆରେ ମାତ୍ର 16 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । 24 ବର୍ଷର ଲମ୍ବା କ୍ରିକେଟ କ୍ୟାରିଅରରେ ସେ 6ଟି ବିଶ୍ବକପ ଖେଳିବାକୁ ସକ୍ଷମ ହୋଇ ପାରିଥିଲେ । 1996 ବିଶ୍ବକପ ଓ 2011 ବିଶ୍ବକପରେ ସେ ଦମଦାର ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲେ । 2013 ମସିହା ନଭେମ୍ବର ମାସରେ ୱେଷ୍ଟିଇଣ୍ଡିଜ ବିପକ୍ଷରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2021, 10:24 AM IST

ABOUT THE AUTHOR

...view details