ଓଡିଶା

odisha

ETV Bharat / sports

ଲକ୍ଷ୍ମୀ ରତନଙ୍କ ବଦାନ୍ୟତା: କୋଭିଡ ପାଇଁ ଆଇପିଏଲରୁ ଅର୍ଜିତ ଧନରାଶି ଦାନ - west bengal laxmi ratan shukla

କୋରୋନା ମହାମାରୀ ସଂଗ୍ରାମ ପାଇଁ ଆଇପିଏଲ 2021ରୁ ଅର୍ଜିତ ସମସ୍ତ ଧନରାଶି ଦାନ କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଲକ୍ଷ୍ମୀ ରତନ ଶୁକ୍ଲା । ଆଇପିଏଲର 14ତମ ସଂସ୍କରଣରେ କମେଣ୍ଟ୍ରି ପ୍ୟାନେଲରେ ରହିଥିଲେ ଲକ୍ଷ୍ମୀ ରତନ । ଅଧିକ ପଢ଼ନ୍ତୁ...

କୋଭିଡ ମୁକାବିଲା ପାଇଁ ଲକ୍ଷ୍ମୀ ରତନଙ୍କ ଆଇପିଏଲରୁ ଅର୍ଜିତ ଧନରାଶି ଦାନ
କୋଭିଡ ମୁକାବିଲା ପାଇଁ ଲକ୍ଷ୍ମୀ ରତନଙ୍କ ଆଇପିଏଲରୁ ଅର୍ଜିତ ଧନରାଶି ଦାନ

By

Published : May 6, 2021, 6:53 PM IST

କୋଲକାତା:କୋରୋନା ମହାମାରୀ ସଂଗ୍ରାମ ପାଇଁ ଆଇପିଏଲ 2021ରୁ ଅର୍ଜିତ ସମସ୍ତ ଧନରାଶି ଦାନ କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଲକ୍ଷ୍ମୀ ରତନ ଶୁକ୍ଲା । ଆଇପିଏଲର 14ତମ ସଂସ୍କରଣରେ କମେଣ୍ଟ୍ରି ପ୍ୟାନେଲରେ ରହିଥିଲେ ଲକ୍ଷ୍ମୀ ରତନ । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ନିଜ ଜନ୍ମଦିନ ଅବସରରେ ଏଭଳି ମହତ କାର୍ଯ୍ୟ ହାତକୁ ନେଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ।

ଏହାକୁ ନେଇ ଲକ୍ଷ୍ମୀ ରତନ ଶୁକ୍ଲା ଟ୍ବିଟ କରି କହିଛନ୍ତି ଯେ, " ମେ 6 ତାରିଖ ମୋର ଜନ୍ମଦିନ ଅବସରରେ ଆଇପିଏଲ 2021ରେ କମେଣ୍ଟ୍ରି କରି ଅର୍ଜନ କରିଥିବା ସମସ୍ତ ଧନରାଶିକୁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରୁଛି । କୋରୋନା ମହାମାରୀର ଦ୍ବିତୀୟ ଲହର ସହ ଲଢ଼େଇ କରିବାକୁ ମୋ ତରଫରୁ ଏହାଏକ ଛୋଟ ଯୋଗଦାନ । ସୁରକ୍ଷିତ ରୁହନ୍ତୁ କୋରୋନାରୁ ବିଜୟ ଲାଭ କରନ୍ତୁ ।"

ଲକ୍ଷ୍ମୀ ରତନ ଶୁକ୍ଲା ଭାରତ ପକ୍ଷରୁ 3ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହାସହ ସେ 137ଟି ଫାଷ୍ଟକ୍ଲାସ ମ୍ୟାଚ ଖେଳିଛନ୍ତି । ଆଇପିଏଲ 2021ର ବଙ୍ଗଳା ଭାଷା କମେଣ୍ଟ୍ରି ପ୍ୟାନେଲରେ ସେ ସାମିଲ ଥିଲେ । ତେବେ କୋରୋନା ସଂକ୍ରମଣ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ଥଗିତ କରିବାକୁ ପଡ଼ିଛି । ଫଳରେ ସମସ୍ତ ଖେଳାଳି ନିଜ ନିଜ ଦେଶକୁ ଫେରି ଯାଇଛନ୍ତି ।

ଏହାପୂର୍ବରୁ କୋରୋନାର ମୁକାବିଲା ପାଇଁ କୋଲକାତା ନାଇଟ ରାଇଡର୍ସର ପ୍ୟାଟ କମିନ୍ସ 50 ହଜାର ଡଲାର ଦାନ ଦେଇଥିଲେ । ତେବେ ସେ ଅଷ୍ଟ୍ରେଲିଆର ୟୁନିସେଫକୁ ଏହି ଧନରାଶି ଦାନ କରିଥିଲେ । ଏହାସହ ପୂର୍ବତନ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ବ୍ରେଟଲି ମଧ୍ୟ ଏକ ବିଟ କଇନ ବା 41 ଲକ୍ଷ ଟଙ୍କା ଦାନ କୋରୋନା ପାଇଁ ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details