ଓଡିଶା

odisha

ଆଇପିଏଲ ଟ୍ରଫି ଜିତାଇବେ ସାଙ୍ଗାକାରା-ସାମସନଙ୍କ ଯୋଡ଼ି ?

By

Published : Apr 7, 2021, 6:29 PM IST

ନୂଆ ଦାୟିତ୍ବ ଓ ନୂଆ ଚେହେରା ଚଳିତ ବର୍ଷ ଆଇପିଏଲ ଟାଇଟଲ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ ଦଳ । 2008ରେ ଆଇପିଏଲର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଥିଲା ଦଳ। ଅଧିକ ପଢ଼ନ୍ତୁ...

ଆଇପିଏଲ ଟ୍ରଫି ଜିତାଇବେ ସାଙ୍ଗାକାରା- ସାମସନଙ୍କ ଯୋଡ଼ି ?
ଆଇପିଏଲ ଟ୍ରଫି ଜିତାଇବେ ସାଙ୍ଗାକାରା- ସାମସନଙ୍କ ଯୋଡ଼ି ?

ନୂଆଦିଲ୍ଲୀ: ନୂଆ ଦାୟିତ୍ବ ଓ ନୂଆ ଚେହେରା ଚଳିତ ବର୍ଷ ଆଇପିଏଲ ଟାଇଟଲ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ ଦଳ। 2008ରେ ଆଇପିଏଲର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇ ପାରିଥିଲା ଦଳ। ଏହାପରେ ପୁଣି ସଞ୍ଜୁ ସାମସନଙ୍କ ନେତୃତ୍ବ ଓ ଦଳ ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ଅଭିଜ୍ଞତାକୁ ନେଇ ରାଜସ୍ଥାନ ରାୟଲ୍ସ ଦ୍ବିତୀୟ ଥର ପାଇଁ ଟାଇଟଲ ନିଜ ନାମରେ କରିବାକୁ ଭରପୁର ଚେଷ୍ଟା କରିବ।

ଗତ ସିଜିନରେ ଦଳ ଏତେଟା ଭଲ ପ୍ରଦର୍ଶନ କରି ପାରିନଥିଲା। ଏଥିପାଇଁ ଦଳରେ କେତୋଟି ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବରେ ରହିଥିବାବେଳେ ବର୍ତ୍ତମାନ ସଞ୍ଜୁ ସାମସନ ରାଜସ୍ଥାନ ଦଳର ଅଧିନାୟକ ଦାୟିତ୍ବ ନେଇଛନ୍ତି। ଷ୍ଟିଭ ସ୍ମିଥଙ୍କୁ ଦଳ ରିଲିଜ କଲାପରେ ସେ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହୋଇଛନ୍ତି। ସେପଟେ ରାଜସ୍ଥାନ ରୟାଲ୍ସ ଦଳର କ୍ରିକେଟ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଇଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା।

ବୋଲିଂ ଆକ୍ରମଣକୁ ମଝବୁତ କରିବା ପାଇଁ ଦଳରେ ସାମିଲ ହୋଇଛନ୍ତି ଇଂଲଣ୍ଡର ଜୋଫ୍ରା ଆର୍ଚର। ତାସାଙ୍ଗକୁ ଦଳରେ ଅଲରାଉଣ୍ଡର କ୍ରୀଶ ମୋରିଶ ମଧ୍ୟ ସାମିଲ ହୋଇଛନ୍ତି। ଯାହାଙ୍କୁ 16. 25 କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜି।

ଜୋଶ ବଟଲର ଓ ବେନ ଷ୍ଟୋକ୍ସ ଦଳକୁ ଯେକୌଣସି ସ୍ଥିତିରେ ମ୍ୟାଚ ଜିତାଇବା କ୍ଷମତା ରଖିଛନ୍ତି। ଏହାସହ ସଞ୍ଜୁ ସାମସନ ମଧ୍ୟ ଆକ୍ରମକ ବ୍ୟାଟିଂ କରି ଦଳ ପାଇଁ ଭରସା ପାଲଟିଛନ୍ତି । ଟି-20 ସ୍ପେଶାଲିଷ୍ଟ ଡେଭିଡ ମିଲର, ଲିଆମ ଲିଭିଂ ଷ୍ଟୋନ ଓ କ୍ରୀଶ ମୋରିଶଙ୍କ ବ୍ୟାଟିଂ ଦଳକୁ ଆହୁରି ଶକ୍ତିଶାଳୀ କରିପାରିବ । ଲୋୟର ଅର୍ଡରରେ ରାହୁଲ ତେବତିଆଙ୍କ ଆକ୍ରମକ ବ୍ୟାଟିଂ ପ୍ରତି ପ୍ରତିପକ୍ଷ ଦଳକୁ ପଛରେ ପକାଇ ଦେଇପାରେ।

ଦଳ ପାଇଁ ନିୟମିତ ଭଲ ପ୍ରଦର୍ଶନ ନକରିବା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ସଞ୍ଜୁ ସାମସନ କୌଣସି ଟୁର୍ଣ୍ଣାମେଣ୍ଟରେ ଲଗାତାର 5ଟି ମ୍ୟାଚରେ ଭଲ ପ୍ରଦର୍ଶନ କରି ପାରିନାହାଁନ୍ତି । 11 କୋଟି ଟଙ୍କାରେ କିଣା ହୋଇଥିବା ଜୟଦେବ ଉନଦକଟ ୱିକେଟ ନେବାରେ ବିଫଳ ରହିଛନ୍ତି । ସେହିଭଳି ମନନ ବୋହରା ପ୍ରଦର୍ଶନ ମଧ୍ୟ ଆଶାନୁରୂପ ନଥିଲା ।

ଆହତଜନିତ ସମସ୍ୟା ଯୋଗୁଁ ଆର୍ଚର ବର୍ତ୍ତମାନ ଦଳ ସହ ଯୋଗ ଦେଇ ପାରିନାହାଁନ୍ତି । ତାଙ୍କ ଅନୁପସ୍ଥିତି ଦଳ ନିଶ୍ଚୟ ଅନୁଭବ କରିବ। ସେପଟେ ଯୁବ ବୋଲର କାର୍ତ୍ତୀକ ତ୍ୟାଗୀ ଜବରଦସ୍ତ ବୋଲିଂ କରି ଦେଖାଇଛନ୍ତି । ରାଜସ୍ଥାନ ରୟାଲ୍ସକୁ ଚଳିତ ବର୍ଷ ଟ୍ରଫି ଉଠାଇବାକୁ ହେଲେ ସମସ୍ତ ଖେଳାଳିଙ୍କ ନିୟମିତ ପ୍ରଦର୍ଶନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ରାଜସ୍ଥାନ ରୟାଲ୍ସ ଦଳ

ସଞ୍ଜୁ ସାମସନ୍ (ଅଧିନାୟକ ଓ ୱିକେଟ କିପର), ଜୋଶ ବଟଲର (ୱିକେଟ କିପର), ବେନ୍ ଷ୍ଟୋକ୍ସ, ଯଶସ୍ବୀ ଜୈସୱାଲ, ମନନ ଭୋହରା, ଅନୁଜ ରାୱତ, ରିୟାନ୍ ପରାଗ, ଡେଭିଡ ମିଲର, ରାହୁଲ ତେବତିଆ, ମହିପାଲ ଲୋମର, ଶ୍ରେୟସ ଗୋପାଳ, ମାୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଆଣ୍ଡ୍ର୍ୟୁ ଟାଏ, ଜୟଦେବ ଉନଦକଟ, କାର୍ତ୍ତୀକ ତ୍ୟାଗି, ଶିବମ ଦୁବେ, କ୍ରିଶ ମୋରିସ, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ ଲିଭିଙ୍ଗଷ୍ଟୋନ, କୁଲଦୀପ ଯାଦବ ଓ ଆକାଶ ସିଂ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details