ନୂଆଦିଲ୍ଲୀ:ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟ ଜାରି ରହିଥିବାବେଳେ କୋଲକାତା ନାଇଟ ରାଇଡର୍ସ(KKR)କୁ ଲାଗିଛି ବଡ ଝଟ୍କା । ଆଣ୍ଠୁରେ ଗଭୀର ଆଘାତ ଯୋଗୁଁ ଟିମର ଷ୍ଟାର ସ୍ପିନର କୁଲଦୀପ ଯାଦବ ଆଇପିଏଲରୁ ବାହାର ହେଇଛନ୍ତି । ଏଥିସହ UAEରୁ ଭାରତ ଫେରିଆସିଛନ୍ତି କୁଲଦୀପ । କେବଳ ଆଇପିଏଲ ନୁହେଁ ବରଂ ଆହତ କାରଣରୁ ଆଗାମୀ ଘରୋଇ ସିଜିର ଅନେକ ମ୍ୟାଚ୍ରୁ ମଧ୍ୟ ଖେଳିବାରୁ ବଞ୍ଚିତ ହୋଇପାରନ୍ତି କୁଲଦୀପ ।
UAE ରେ ଅଭ୍ୟାସ ସମୟରେ ସେ ଆହତ ହୋଇଥିବା ଜଣାପଡିଛି । ଫିଲ୍ଡିଂ କରୁଥିବା ସମୟରେ ତାଙ୍କର ଆଣ୍ଠୁରେ ଆଘାତ ଲାଗିଥିଲା ଯାହା ତାଙ୍କପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି ।
ଖରାପ ଫର୍ମ ପାଇ ଜାତୀୟ ଟିମରୁ ପୂର୍ବରୁ ବାଦ ପଡିଥିବା ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ KKR ସ୍କ୍ବାଡ ଛାଡି ସ୍ବଦେଶ ଫେରିଛନ୍ତି । ନିକଟରେ ମୁମ୍ବାଇରେ ତାଙ୍କର ଏକ ସର୍ଜରୀ ହୋଇଥିଲା । ଆଣ୍ଠୁ ଜନିତ ଆହତ ସମସ୍ୟାରୁ ମୁକୁଳିବାକୁ ଦୀର୍ଘ ସମୟ ଲାଗୁଥିବା ନଜିର ରହିଛି । ଏପରି ସ୍ଥିତିରେ ଜାତୀୟ କ୍ରିକେଟ ଏକାଡେମୀ(NCA) ରେ କୁଲଦୀପଙ୍କୁ ସୁସ୍ଥ ହୋଇ କ୍ରିକେଟ ପଡିଆକୁ ଫେରିବାକୁ ପ୍ରାୟ ୪-୬ ମାସ ସମୟ ଲାଗିବାରେ ବୋଲି କୁହାଯାଉଛି । ଆଗାମୀ ରଣଜୀ ଟ୍ରଫି ସିଜିନରେ ମଧ୍ୟ ସେ ଖେଳିବା ଆଶଙ୍କା କ୍ଷୀଣ ।