ଓଡିଶା

odisha

ETV Bharat / sports

ଆଇପିଏଲ 14: ପ୍ରଥମ ବିଜୟ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲର 2021ର ପଞ୍ଚମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଦୁଇ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ ଖେଳିବେ। ଅଧିକ ପଢ଼ନ୍ତୁ...

ଆଇପିଏଲ 14: ପ୍ରଥମ ବିଜୟ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ
ଆଇପିଏଲ 14: ପ୍ରଥମ ବିଜୟ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ

By

Published : Apr 13, 2021, 5:07 PM IST

ଚେନ୍ନାଇ: ଆଇପିଏଲର 2021ର ପଞ୍ଚମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଦୁଇ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ ଖେଳିବେ। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ପରାଜିତ ହୋଇଛି । ସେପଟେ ପ୍ରଥମ ମ୍ୟାଚରେ ସନରାଇଜର ହାଇଦ୍ରାବାଦକୁ ମାତ ଦେବା ପରେ କୋଲକାତା ନାଇଟ ରାଇଡର୍ସର ମନୋବଳ ସୁଦୃଢ଼ ରହିଛି ।

ପ୍ରଥମ ମ୍ୟାଚରେ ବାଙ୍ଗାଲୋରଠାରୁ ଦୁଇ ୱିକେଟରେ ପରାଜିତ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଗତ ମ୍ୟାଚରେ ହୋଇଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରିବ ମୁମ୍ବାଇ ଦଳ । ବ୍ୟାଟିଂ ଲାଇନ ମଜବୁତ କରିବାକୁ ଦଳରେ କ୍ବିଣ୍ଟନ ଡିକକ ସାମିଲ ହୋଇପାରନ୍ତି । ଫଳରେ ଗତ ମ୍ୟାଚରେ ସର୍ବାଧିକ ସ୍କୋର କରିଥିବା କ୍ରୀଶ ଲିନଙ୍କୁ ଚୂଡ଼ାନ୍ତ ଏକାଦଶରେ ଯାଗା ମିଳିବା ନେଇ ସନ୍ଦେହ ଦେଖା ଦେଇଛି । ଭଲ ବ୍ୟାଟିଂ ଲାଇନ ସତ୍ତ୍ବେ ଦଳ ସେତେଟା ଭଲ ସ୍କୋର କରି ପାରିନଥିଲା।

ବୋଲିଂ ବିଭାଗରେ ବୁମରା ଭଲ ବୋଲିଂ କରିଥିଲେ ସୁଦ୍ଧା ପଞ୍ଚମ ବୋଲର କିଏ ହେବ ତାହାକୁ ନେଇ ଚିନ୍ତାରେ ରହିଛି ମୁମ୍ବାଇ। କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧ ସମସ୍ୟା ଯୋଗୁଁ ସେ ଚଳିତ ସିଜିନରେ ବୋଲିଂ କରି ନାହାନ୍ତି। ସେ ଶୀଘ୍ର ସୁସ୍ଥ ହେବା ନେଇ ଦଳ କ୍ରିକେଟ ନିର୍ଦ୍ଦେଶକ ଜାହିର ଖାନ ଆଶା ରଖିଛନ୍ତି।

କୋଲକାତା ନାଇଟ ରାଇଡର୍ସ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ପ୍ରତିପକ୍ଷକୁ ଚକିତ କରିଛନ୍ତି। ଓପନର ନିତିଶ ରାଣାଙ୍କ ୱିକେଟ ମୁମ୍ବାଇ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଏହାସହ ଫାଷ୍ଟ ଡାଉନରେ ଆସିଥିବା ରାହୁଲ ତ୍ରିପାଠୀ ମଧ୍ୟ ଗତ ମ୍ୟାଚରେ 29 ବଲରୁ ଦ୍ରୁତ 53 ରନ କରିଥିଲେ। ଇଅନ ମୋର୍ଗାନଙ୍କ ବ୍ୟାଟ ଚାଲିଲେ ଦଳର ରନକୁ ରୋକିବା ମୁସ୍କିଲ ହୋଇଯିବ ।

ସେପଟେ ଫାଷ୍ଟ ବୋଲର ପ୍ୟାଟ କମିନ୍ସ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ତାଙ୍କୁ ସାଥ ଦେଉଛନ୍ତି ଯୁବ ବୋଲର ପ୍ରସିଦ୍ଧ କ୍ରୀଷ୍ଣା। ଆନ୍ଦ୍ରେ ରସେଲଙ୍କ କୌଶଳ ବୋଲିଂ ବୁଝିବାକୁ ପ୍ରତିପକ୍ଷ ଦଳ ଫେଲ ମାରୁଛନ୍ତି । ଏଭଳି ସ୍ଥିତିରେ ମୁମ୍ବାଇକୁ ସାବଧାନତାର ସହ ପଡ଼ିଆକୁ ଓହ୍ଲାଇବାକୁ ହେବ।

କୋଲକାତା ନାଇଟ ରାଇଡର୍ସ ଦଳ

ଇଅନ ମୋର୍ଗାନ(କ୍ୟାପଟେନ), ଶୁଭମନ ଗିଲ, ନିତୀଶ ରାଣା, ଟିମ ସେଫର୍ଟ, ରାହୁଲ ତ୍ରିପାଠୀ, ରିଙ୍କୁ ସିଂହ, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରିନ, ବରୁଣ ସିବି, କୁଳଦୀବ ଯାଦବ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ, କମଳେଶ ନାଗରକୋଟି, ଶିବମ ମାବି, ସନ୍ଦୀପ ୱାରିୟର, ପ୍ରସିଦ୍ଧ କ୍ରୀଷ୍ଣା, ଶାକିବ ଅଲ-ହାସନ୍, ଶେଲଡନ୍ ଜ୍ୟାକସନ, ଭୈରବ ଅରୋରା, କରୁଣ ନାୟର, ହରଭଜନ ସିଂ, ବେନ କଟିଙ୍ଗ, ଭେଙ୍କଟେଶ ଆୟର, ପୱନ ନେଗି ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ

ରୋହିତ ଶର୍ମା(କ୍ୟାପଟେନ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅଙ୍କୁଲ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ(ୱିକେଟ କିପର), ଜେମ୍ସ ନିଶାମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜାନସନ, ମୋହଶିନ କାନ, ନାଥନ କୁଲଟର-ନାଇଲ, ପିୟୁଷ ଚାୱଲା, କ୍ବିଣ୍ଟନ ଡି କକ୍‌(ୱିକେଟ କିପର), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବୀର ସିଂହ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details