ଓଡିଶା

odisha

ETV Bharat / sports

ଚେନ୍ନାଇ ଗସ୍ତ କଲା କୋଲକାତା ନାଇଟ ରାଇଡର୍ସ - କୋଲକାତା ନାଇଟ ରାଇଡର୍ସ ଚେନ୍ନାଇ ଗସ୍ତ

ଆଇପିଏଲ ଯାତ୍ରା ଆରମ୍ଭ କରିବାକୁ ଚେନ୍ନାଇ ଗସ୍ତ କଲା କୋଲକାତା ନାଇଟ ରାଇଡର୍ସ ଦଳ। ଦୁଇଥରର ଆଇପିଏଲ ଚମ୍ପିଆନ କେକେଆର ଆଇପିଏଲ 14ତମ ସଂସ୍କରଣର ପ୍ରଥମ ତିନୋଟି ମ୍ୟାଚ ଚେନ୍ନାଇରେ ଖେଳିବ। ଅଧିକ ପଢ଼ନ୍ତୁ...

ଚେନ୍ନାଇ ଗସ୍ତ କଲା କୋଲକାତା ନାଇଟ ରାଇଡର୍ସ
ଚେନ୍ନାଇ ଗସ୍ତ କଲା କୋଲକାତା ନାଇଟ ରାଇଡର୍ସ

By

Published : Apr 8, 2021, 8:16 PM IST

ମୁମ୍ବାଇ:ଆଇପିଏଲ ଯାତ୍ରା ଆରମ୍ଭ କରିବାକୁ ଚେନ୍ନାଇ ଗସ୍ତ କଲା କୋଲକାତା ନାଇଟ ରାଇଡର୍ସ ଦଳ। ଦୁଇଥରର ଆଇପିଏଲ ଚମ୍ପିଆନ କେକେଆର ଆଇପିଏଲ 14ତମ ସଂସ୍କରଣର ପ୍ରଥମ ତିନୋଟି ମ୍ୟାଚ ଚେନ୍ନାଇରେ ଖେଳିବ। ପୂର୍ବରୁ ଚେନ୍ନାଇର ହୋଟଲରେ କୋଲକାତାର କୁଳଦୀପ ଯାଦବ, ଲକି ଫର୍ଗୁସନ ଓ ପ୍ୟାଟ କମିନ୍ସ କ୍ବାରେଣ୍ଟିନରେ ରହିଛନ୍ତି।

ପ୍ରଥମ ମ୍ୟାଚରେ ସନରାଇଜର ହାଇଦ୍ରାବାଦକୁ ଭେଟିବ କୋଲକାତା ନାଇଟ ରାଇଡର୍ସ ଦଳ। ଏପ୍ରିଲ 11 ତାରିଖରେ ଏହି ମ୍ୟାଚ ଖେଳାଯିବ। ଏହାପରେ ଏପ୍ରିଲ 13 ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଏପ୍ରିଲ 18 ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ମ୍ୟାଚ ଖେଳିବ କୋଲାକାତା ନାଇଟ ରାଇଡର୍ସ।

ଚେନ୍ନାଇରେ ପ୍ରଥମ 3ଟି ମ୍ୟାଚ ଖେଳିବା ପରେ ଦଳ କୋଲକାତା ନାଇଟ ରାଇଡର୍ସ ମୁମ୍ବାଇ ଫେରି ଆସିବ। ମୁମ୍ବାଇ ପରେ ଅହମ୍ମଦାବାଦ ଗସ୍ତ କରି ଶେଷ ଲିଗ ମ୍ୟାଚ ଖେଳିବ କୋଲକାତା। କୋରୋନା ମହାମାରୀ ଯୋଗୁଁ ଏକ ଭିନ୍ନ ଫର୍ମାଟରେ ଆଇପିଏଲର 14ତମ ସଂସ୍କରଣ ଆୟୋଜନ ହେଉଛି। ଏହି ଫର୍ମାଟ ଅନୁଯାୟୀ କୌଣସି ଦଳ ନିଜ ଘରୋଇ ପଡ଼ିଆରେ ମ୍ୟାଚ ଖେଳି ପାରିବେ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details