ଓଡିଶା

odisha

ETV Bharat / sports

'ଆରସିବି ସହ ଯୋଡ଼ି ହେବାକୁ ପ୍ରସ୍ତାବ ଦେଇଥିଲେ କୋହଲି' - glen maxwell with rcb

ଅଷ୍ଟ୍ରେଲିଆ ଗସ୍ତ ବେଳେ ମୋତେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଯୋଡ଼ି ହେବାକୁ ପ୍ରସ୍ତାବ ଦେଇଥିଲେ କୋହଲି।" ଏଭଳି ମନ୍ତବ୍ୟ ଦେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆକ୍ରାମକ ବ୍ୟାଟସମ୍ୟାନ ଗ୍ଲେନ ମାକ୍ସୱେଲ। ଅଧିକ ପଢ଼ନ୍ତୁ...

'ଆରସିବି ସହ ଯୋଡ଼ି ହେବାକୁ ପ୍ରସ୍ତାବ ଦେଇଥିଲେ କୋହଲି'
'ଆରସିବି ସହ ଯୋଡ଼ି ହେବାକୁ ପ୍ରସ୍ତାବ ଦେଇଥିଲେ କୋହଲି'

By

Published : Apr 14, 2021, 6:21 PM IST

ଚେନ୍ନାଇ: "ଅଷ୍ଟ୍ରେଲିଆ ଗସ୍ତ ବେଳେ ମୋତେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଯୋଡ଼ି ହେବାକୁ ପ୍ରସ୍ତାବ ଦେଇଥିଲେ କୋହଲି।" ଏଭଳି ମନ୍ତବ୍ୟ ଦେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆକ୍ରାମକ ବ୍ୟାଟସମ୍ୟାନ ଗ୍ଲେନ ମାକ୍ସୱେଲ। ବିରାଟ କୋହଲିଙ୍କ କହିବା ପରେ ହିଁ ରୟାଲ ଚ୍ୟାଲେଞ୍ଜର୍ସ ସହ ଯୋଡ଼ି ହେବାକୁ ଚିନ୍ତା କରିଥିଲେ ମାକ୍ସୱେଲ।

ଏକ ସାକ୍ଷାତକାରରେ ମାକ୍ସୱେଲ କହିଛନ୍ତି ଯେ, "ଭାରତର ଅଷ୍ଟ୍ରେଲିଆ ଗସ୍ତ ସମୟରେ କୋହଲିଙ୍କର ମୋର କଥା ହେଉଥିଲୁ। ଅବସର ସମୟରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଯୋଡ଼ି ହେବାକୁ କହିଥିଲେ। ଏଥିପାଇଁ ମୋତେ ନିଲାମୀରେ ସାମିଲ ହେବାକୁ ହେବ ବୋଲି ମଧ୍ୟ ସେ କହିଥିଲେ। ଦଳ ଯୋଡ଼ି ହେଲେ ସେ ଖୁସି ହେବେ ବୋଲି କହିଥିଲେ।"

ଆରସିବି ଦଳ ସହ ଯୋଡ଼ି ହୋଇ ଖୁସି ଜାହିର କରିଛନ୍ତି ଗ୍ଲେନ ମାକ୍ସୱେଲ। ଦଳ ସାମିଲ ହେବା ପ୍ରକ୍ରିୟା ବହୁତ ଲମ୍ବା ଥିଲା। କିନ୍ତୁ ପରିଣାମକୁ ନେଇ ମାକ୍ସୱେଲ ଖୁସି ଅଛନ୍ତି। ଆରସିବି ପକ୍ଷରୁ ଖେଳୁଥିବାରୁ ସେ କୋହଲିଙ୍କୁ ଧନ୍ୟବାଦ ଦେଇଛନ୍ତି।

ପୂର୍ବରୁ ଗ୍ଲେନ ମାକ୍ସୱେଲ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିଲେ। କିନ୍ତୁ ଚଳିତ ସିଜିନ ପାଇଁ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି। ଆଇପିଏଲ ମିନି ନିଲାମିରେ ମାକ୍ସୱେଲଙ୍କୁ 14.25 କୋଟି ଟଙ୍କାରେ କିଣିଛି ବାଙ୍ଗାଲୋର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details