ମୁମ୍ବାଇ:ବ୍ରାବୋର୍ନୋ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ(KKR) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ୍ ଦେଖୁଥିବା ମିଷ୍ଟ୍ରୀ ଗର୍ଲଙ୍କ ଫଟୋ କ୍ୟାମେରାରେ କଏଦ ହେବାପରେ ଭାଇରାଲ ହୋଇଥିଲା । ମିଷ୍ଟ୍ରୀ ଗର୍ଲଙ୍କ ଫଟୋ କ୍ୟାମେରାରେ ସେତେବେଳେ କଏଦ ହୋଇଥିଲା, ଯେତେବେଳେ ରବିବାର ସନ୍ଧ୍ୟା ମ୍ୟାଚ୍ ସମୟରେ ଉମେଶ ଯାଦବଙ୍କୁ ଆଉଟ କରିବାକୁ କୁଲଦୀପ ଯାଦବ ଏକ ଆକର୍ଷଣୀୟ କ୍ୟାଚ୍ ଧରିଥିଲେ । ତେବେ ପ୍ରଥମରୁ ଏହା ସ୍ପଷ୍ଟ ହୋଇନଥିଲା ଯେ, ହ୍ବାଇଟ୍ ଟପ୍ ପିନ୍ଧିଥିବା ଏହି ଯୁବତୀ ଜଣଙ୍କ କିଏ, ମାତ୍ର ପରେ ଜଣାପଡିଥିଲା ଯେ ସେ ହେଉଛନ୍ତି ଅଭିନେତ୍ରୀ ଆରତୀ ବେଦୀ ।
IPL 2022: ଆଇପିଏଲ ମ୍ୟାଚ୍ରେ ଭାଇରାଲ ମିଷ୍ଟ୍ରୀ ଗର୍ଲଙ୍କ ଖୁଲାସା
କୋଲକାତା ନାଇଟ ରାଇଡର୍ସ(KKR) ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍ରେ ଭାଇରାଲ ମିଷ୍ଟ୍ରୀ ଗର୍ଲ ଅଭିନେତ୍ରୀ ଆରତୀ ବେଦୀ ବୋଲି ଜଣାପଡିଛି । ଅଧିକ ପଢନ୍ତୁ
IPL 2022: ଆଇପିଏଲ ମ୍ୟାଚ୍ରେ ଭାଇରାଲ ମିଷ୍ଟ୍ରୀ ଗର୍ଲ ଅଭିନେତ୍ରୀ ଆରତୀ ବେଦୀ
ପରେ ନିଜର ଇନଷ୍ଟା ହ୍ୟାଣ୍ଡେଲ୍ରେ ସେ ୩ଟି ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଶ୍ରେୟସ ଆୟରଙ୍କ ନେତୃତାଧୀନ କୋଲକାତା ନାଇଟ ରାଇଡର୍ସ ଟିମକୁ ସମର୍ଥନ କରୁଥିବା ଜଣାପଡିଥିଲା । ସେ ଅନେକ ବିଜ୍ଞାପନରେ କାମ କରିଛନ୍ତି । ଆଇପିଏଲର ଜଣେ ଫ୍ୟାନ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ, କ୍ୟାମେରା ବାଲା ଭାଇସାହାବ, ଏ ମାଡାମଙ୍କ ଉପରୁ ଫୋକସ ହଟାଇ ଟିକେ ମ୍ୟାଚ୍ ଦେଖାନ୍ତୁ । ବାମହାତୀ ସ୍ପିନର କୁଲଦୀପ ଯାଦବ ଦମଦାର ବୋଲିଂ ସହ ୪ଟି ୱିକେଟ ଓ ଦ୍ରୁତ ବେଲାର ଖଲିଲ ଅହମ୍ମଦ ୩ଟି ୱିକେଟ ହାସଲ କରିଥିଲେ । ତେବେ କେକେଆରକୁ ୪୪ ରନ୍ରେ ହରାଇଥିଲା ଦିଲ୍ଲୀ ।